www.samajalive.in
Sunday, December 14, 2025
26.1 C
Bhubaneswar

ତିତଲି ପ୍ରଭାବ: ଆନ୍ଧ୍ରରେ ୮ମୃତ

ନୂଆଦିଲ୍ଲୀ: ଘୂର୍ଣ୍ଣିବଳୟ ତିତଲି ଆନ୍ଧ୍ର ପ୍ରଦେଶର ଉତ୍ତରାଞ୍ଚଳ ଓ ଓଡ଼ିଶାର ଦକ୍ଷିଣାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଏବେ ପଶ୍ଚିମବଙ୍ଗ ମୁହାଁ। ଉପକୂଳ ଅତିକ୍ରମ କରିବା ବେଳେ ତିତଲି ଓଡ଼ିଶା ଓ ଆନ୍ଧ୍ରର କେତେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଗଞ୍ଜାମ ଗୋପାଳପୁରଠାରେ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇ ଏକ ନୌକା ବୁଡ଼ି ଯାଇଥିଲା। ନୌକାରେ ୫ଜଣ ମତ୍ସଜୀବୀ ଥିଲେ। ତେବେ ପୂର୍ବରୁ ପ୍ରସ୍ତୁତି ହେତୁ ସେମାନଙ୍କୁ ଠିକ୍‍ ସମୟରେ ଉଦ୍ଧାର କରାଯାଇ ପାରିଥିଲା। ଅପରପକ୍ଷରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ତିତଲିର ପ୍ରଭାବରେ ୮ଜଣଙ୍କ ମୃତ୍ୟୁ ହୋଇଯାଇଛି।
ଓଡ଼ିଶାର ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୧୨ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ପବନ ଓ ବର୍ଷା ହେବାର ଆକଳନ କରାଯାଇଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୋପାଳପୁରଠାରୁ ୮୬କିମି ଦକ୍ଷିଣ-ପଶ୍ଚିମରେ ତିତଲି ଭୂପୃଷ୍ଠକୁ ଛୁଇଁ ଥିଲା। ପ୍ରବଳରୁ ଅତି ପ୍ରବଳ ପବନ ହେତୁ କେଉଁଠି ବିଦ୍ୟୁତ ଖୁଣ୍ଟ ଉପାଡ଼ି ଯିବାରୁ ବିଦ୍ୟୁତ ସରବାରହ ବ୍ୟାହତ ହୋଇଛି। ଗୋପାଳପୁରଠାରେ ୧୪୦ରୁ ୧୫୦କିମି ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ପରିସ୍ଥିତିକୁ ଦେଖି ଓଡ଼ିଶା ଦେଇ ଗମନାଗମନ କରୁଥିବା ଏକାଧିକ ଟ୍ରେନକୁ ବାତିଲ କରାଯିବା ସହ କିଛି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି। ରାଜ୍ୟର ସ୍କୁଲ କଲେଜକୁ ୨ଦିନ ପାଇଁ ବନ୍ଦ ରଖାଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories