ବଲାଙ୍ଗୀର : ବଲାଙ୍ଗୀର ଆସିଷ୍ଟାଣ୍ଡ କମରସିଆଲ ଟ୍ୟାକ୍ସ ଅଫିସର(ଏସିଟିଓ) ଧୀରେନ୍ଦ୍ର ନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସୂଚନା ଅନୁସାରେ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ଧୀରେନ୍ଦ୍ରଙ୍କ ଘରେ ଚଢାଉ କରି ପ୍ରାୟ ୧କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ନଗଦ ୪ଲକ୍ଷ ୭୭ ହଜାର ଟଙ୍କା, ୩ଟି ଜମି ଓ ୩ ମହଲା କୋଠା ରହିଥିବା ସୂଚନା ମିଳିଛି। ତେବେ ଏନେଇ ତଦନ୍ତ ଜାରି ରହିଛି।
Popular Categories



