www.samajalive.in
Sunday, December 7, 2025
26.1 C
Bhubaneswar

୪୦୦ ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ; ଶିକ୍ଷାଦାନ ବାଧାପ୍ରାପ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ବଡନାୟକଗୁଡା ପ୍ରାଥମିକ ସେବାଶ୍ରମରେ ୪୦୦ ଛାତ୍ରଛାତ୍ରୀଙ୍କୁ ରହିଛନ୍ତି ୨ ଜଣ ଶିକ୍ଷକ। ଫଳରେ ଏଠାରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ନେଇ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଉକ୍ତ ସେବାଶ୍ରମଟି ରାଜ୍ୟସରକାରଙ୍କ ପକ୍ଷରୁ ୧୯୫୭ ମସିହାରେ ସ୍ଥାପିତ ହୋଇଛି । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀକୁ ଦୁଇଜଣ ଶିକ୍ଷକ ରହିଛନ୍ତି । ଏଥିରେ ଜଣେ ପ୍ରଧାନଶିକ୍ଷକ ସାଙ୍ଗନା ନାଗ ରହିଥିବା ବେଳେ ସହକାରୀ ଶିକ୍ଷକ ନାମ ବାଡକା ରହିଛନ୍ତି । ଉକ୍ତ ସେବାଶ୍ରମରେ ଡେସ କଲାର ଭାବେ ୨୦ ଛାତ୍ରଛାତ୍ରୀ ରହିଥିବା ବେଳେ ୩୮୦ ଜଣ ଛାତ୍ରଛାତ୍ରୀ ସେବାଶ୍ରମରେ ରହି ଆସୁଛନ୍ତି । ଆଠଟି ଶ୍ରେଣୀକୁ ତିନିଜଣ ଶିକ୍ଷକ ରହିଥିଲେ। ଗତ ଦୁଇ ବର୍ଷ ହେବ କବିତା କୁମାରୀ ଜାଡ଼ିଙ୍କୁ ରାୟଗଡାର କନ୍ଧମାଣ୍ଡି ଆଶ୍ରମକୁ ଡେପୁଟିସନ ରେ ନେଇଯାଇଛନ୍ତି । ପ୍ରଧାନଶିକ୍ଷକ ସବୁବେଳେ ଅଫିସ କାର୍ଯ୍ୟରେ ରହି କେତେବେଳେ ରାୟଗଡା, କଲ୍ୟାଣସିଂହପୁରକୁ ଯାଇଥାନ୍ତି । କୌଣସି କାରଣରୁ ଜଣେ ଶିକ୍ଷକ ଅନୁପସ୍ଥିତ ରହିଲେ ବିଦ୍ୟାଳୟ ରେ କିପରି ପାଠପଢା ଯାଇପାଇଉଥିବା ତାହା ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି । ଏତେ ଗୁଡ଼ାଏ ଛାତ୍ରଛାତ୍ରୀଙ୍କୁ କିପରି ଶିକ୍ଷା ଦେବେ ଶିକ୍ଷାନଦେଇ ଖାଲି ଜଗିରହିଥାନ୍ତି । ଶିକ୍ଷକ ଅଭାବ ଯୋଗୁଁ ଦ୍ୱିତୀୟ ଶ୍ରେଣୀରେ ଛାତ୍ରୀ ଅଯ୍ୟନ୍ତି ପିଡ଼ିସିକା ସହପାଠୀଙ୍କୁ ଶିକ୍ଷା ଦେଉଥିଲେ । ଶିକ୍ଷକଙ୍କ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଦକ୍ଷତା ଓ ଶିକ୍ଷାଦାନ ହ୍ରାସ ପାଉଛି । ସରକାରଙ୍କ ସର୍ବଶିକ୍ଷା ଅଭିଯାନ, ନୂତନ ଶିକ୍ଷାନୀତି ଅଧିକାର ଅଧିନିୟମ, ମଧ୍ୟାହ୍ନ ଭୋଜନ ଆଦି ମାଳମାଳ ଯୋଜନା ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶର ଅଭିବୃଦ୍ଧି ସକାଶେ ପ୍ରଣୟନ କରିଛନ୍ତି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି । କିନ୍ତୁ ଛାତ୍ରଛାତ୍ରୀମାନେ ସୁଫଳପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାଫଳରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଉକ୍ତ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡିକରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢା ପ୍ରତି ବିମୁଖ ହୋଇ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯିବା ଓ ବିଭିନ୍ନ ପ୍ରକାରର କାର୍ୟ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳୁଛି ।

ଉକ୍ତ ସେବାଶ୍ରମରେ ଶିକ୍ଷକ ପଦବୀ ଖାଲି ରହିଥିବା ଯୋଗୁଁ ପୂର୍ବତନ ଜିଲାପାଳ ସୋରାଜ କୁମାର ମିଶ୍ରଙ୍କୁ ଲିଖିତ ଦେବା ସହିତ ବ୍ଲକର ସମସ୍ତ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ନଥିବା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ କହିଛନ୍ତି । ଏଣୁ ପ୍ରଶାସନିକ ସ୍ତରରେ ବିଦ୍ୟାଳୟରେ ପାଠ ପଡୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉପରେ ନଖେଳି ତାଙ୍କୁ କିପରି ଉଚ୍ଚ ଶିକ୍ଷାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ବିଦ୍ୟାଳୟରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଗ୍ରାମବାସୀ, ଅଭିଭାବକ ଓ କମିଟି ଦାବି କରିଛନ୍ତି । ଏହା ତୁରନ୍ତ ସମାଧାନ କରାନ ଗଲେ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ପକାଇବେ ବୋଲି ନୀଳକଣ୍ଠ ପିଡ଼ିସିକା, ଚାମ୍ପି ହୁଇକା, ତ୍ରିନାଥ ହିମିରିକା, ଦାୟୀ ପ୍ରାସ୍କା, ପିୟୁ ପ୍ରାସ୍କା ପ୍ରମୁଖ କହିଛନ୍ତି । ଉକ୍ତ ବ୍ଲକରେ ଶିକ୍ଷାବିଭାଗ ଯେଉଁ ବିଦ୍ୟାଳୟରେ କମ ଛାତ୍ରଛାତ୍ରୀ ରହିଛନ୍ତି ସେହିଠାରେ ଆବଶ୍ୟକଠାରୁ ଅଧିକ ଶିକ୍ଷକ ଦିଆଯାଇଛି । କିନ୍ତୁ ଯେଉଁଠି ଶିକ୍ଷକ ଆବଶ୍ୟକ ସେହିଠାରେ ଶିକ୍ଷକ ଯୋଗାଇ ଦିଆଯାଉନାହିଁ । ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ(ଡିଡବ୍ଲ୍ୟୁଓ) ଅଶୋକ କୁମାର ଶତପଥୀଙ୍କୁ ପଚାରିବାରୁ ସେ କହିଲେ ବର୍ତ୍ତମାନ ରିକ୍ୟୁରମେଣ୍ଟ ପ୍ରସେଶ ଚାଲିଛି। ୨୮ରାତିଖରେ(ରିଟିନ ଟେଷ୍ଟ)ଲିଖିତ ପରୀକ୍ଷା ହେବ । ସେପ୍ଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ନିଯୁକ୍ତି କରାଯିବ । ଯଦି ଶିକ୍ଷା ବିଭାଗ ସହଯୋଗ କରନ୍ତି ତାହା ହେଲେ ଡେପୁଟିସନରେ ଶିକ୍ଷକ ଯୋଗାଇ ଦେଇପାରିଥାନ୍ତୁ ବୋଲି କହିଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories