www.samajalive.in
Sunday, December 7, 2025
14.1 C
Bhubaneswar

ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ବାସଗୃହ ନିର୍ମାଣ ପାଇଁ ଭୂମି ପୂଜନ

ବାଙ୍କୀ: ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନସାଧାରଣଙ୍କୁ ଭଲ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କର୍ମଚାରୀମାନଙ୍କର ଆବାସିକ ରହିବା ନିମନ୍ତେ ସରକାରୀ ବାସଗୃହ ଯୋଗାଇବା ପାଇଁ ପଦକ୍ଷେପ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ୯୬ଲକ୍ଷ ଟଙ୍କା ବ୍ୟୟବରାଦରେ ୯ମାସ ମଧ୍ୟରେ ୩ମହଲା ବିଶିଷ୍ଟ ୬ଟି ଆବାସିକ କ୍ୱାର୍ଟର ନିର୍ମାଣ ନିମନ୍ତେ ମଙ୍ଗଳବାର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କର୍ମଚାରୀ ବାସଗୃହ ନିର୍ମାଣର ଶୀଳାନ୍ୟାସ ତଥା ଭୂମିପୂଜନ କରାଇଛନ୍ତି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭୂମି ପୂଜନ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷିକା ଡାକ୍ତର ପୁଷ୍ପଲତା ମହାପାତ୍ର, ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳୀ ବେଉରା, ସରପଞ୍ଚ ରୂପାଲି ପରିଜା, ସମିତିସଭ୍ୟ ଗୋଲାପ ମାଝୀ, ସମାଜସେବୀ ତଥା ବରିଷ୍ଠ ଓକିଲ ମାନସ କୁମାର ଧଳ, ଶିଶିର କୁମାର ବେହେରା, ପ୍ରମୋଦ କୁମାର ସାହୁ, ପୂର୍ବତନ ସରପଞ୍ଚ ରୁଦ୍ରପ୍ରସାଦ ଧଳସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ତ୍ତ ବିଭାଗ ଯନ୍ତ୍ରୀ ବିନୟ ରଞ୍ଜନ ପଣ୍ଡା କର୍ମଚାରୀ ବାସଗୃହ ନିର୍ମାଣର ଶୈଳୀ ଏବଂ ଧାର୍ଯ୍ୟ ଦିନ ସମ୍ପର୍କରେ ଆଲୋକପାତ କରିଥିଲେ। ବିଗତ ଦିନରେ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମିର ବିକାଶ, ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା, ସ୍ୱଚ୍ଛତା ଓ ସେବା କ୍ଷେତ୍ରରେ କୃତୀତ୍ୱ ହାସଲ କରି ରାଜ୍ୟ ସରକାରଙ୍କଠାରୁ ପୁରସ୍କୃତ। ଆବଶ୍ୟକ ପଡୁଥିବା ଆବାସିକ ଗୃହ କର୍ମଚାରୀ ମାନଙ୍କ ପାଇଁ ନିର୍ମାଣ କାର୍ଯ୍ୟ ଶେଷ ହେଲେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓଡ଼ିଶାର ୧ନଂ ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ଲାଭ ପାଇଁ ଡାକ୍ତର ଓ କର୍ମଚାରୀ ମାନଙ୍କର ସକ୍ରୀୟ ସେବାମୂଳକ କାର୍ଯ୍ୟକୁ ମୁଖ୍ୟ ଅତିଥି ବକ୍ତବ୍ୟରେ ଆହ୍ୱାନ ଜଣାଇଛନ୍ତି। ସରପଞ୍ଚ ରୁପାଲି ପରିଜା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସମାଜସେବୀ ତଥା ସରପଞ୍ଚଙ୍କ ପ୍ରତିନିଧି ଭବାନୀଶଙ୍କର ପରିଜା ଓ ଡାକ୍ତରଖାନାର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories