www.samajalive.in
Friday, December 12, 2025
16.1 C
Bhubaneswar

ହରଭଙ୍ଗା ଯୋଗାଣ ସହାୟକ ସଂଘ ପକ୍ଷରୁ ବି.ଡି.ଓଙ୍କୁ ଦାବିପତ୍ର

ହରଭଙ୍ଗା: ହରଭଙ୍ଗା ଯୋଗାଣ ସହାୟକ ସଂଘ ପକ୍ଷରୁ ହରଭଙ୍ଗା ବି.ଡି.ଓଙ୍କୁ ସୋମବାର ୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ବ୍ଲକର ୨୨ଟି ପଞ୍ଚାୟତରେ ୨୦୧୩ ମସିହାରୁ ୨୦ଜଣ ଯୋଗାଣ ସହାୟକ ପି.ଡି.ଏସ ସାମଗ୍ରୀ ବଣ୍ଟନ ଦାୟିତ୍ୱ ସୂଚାରୁରୂପେ ତୁଲାଇ ଆସୁଛନ୍ତି । ସେମାନଙ୍କୁ ବଣ୍ଟନ ପାଇଁ ଦିଆଯାଉଥିବା ୫୦କେଜି ଚାଉଳ ବସ୍ତାରେ ପାଖାପାଖି ୬ଶହ ଗ୍ରାମ ଚାଉଳ ପଇଓ ଛଟେଇ କରି ଦେଉଛନ୍ତି । ଯାହାଦ୍ୱାରା ମାସିକ ୫ରୁ୬ କ୍ୱିଂଟାଲ ଚାଉଳ କମ୍‌ ମିଳୁଛି । ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ପିଡିଏସ ଲାଭାଂଶ ଖାତାରେ ନିୟମିତ ଜମାରେ ବ୍ୟତିକ୍ରମ ଘଟୁଛି ।

ପିଡିଏସ ଲାଭାଂଶ ଟଙ୍କା କ୍ୟାସବୁକ୍‌ରେ ଦର୍ଶାଇବାବେଳେ ଯୋଗାଣ ସହାୟକଙ୍କ ଦସ୍ତଖତ ନିଆଯାଉନାହିଁ । ପିଡିଏସ ବଣ୍ଟନ ପରେ ଯୋଗାଣ ସହାୟକଙ୍କ ଠାରୁ ସମସ୍ତ ଲାଭାଂଶ ଟଙ୍କା ନେଉଛନ୍ତି । ମାତ୍ର ପଞ୍ଚାୟତ କ୍ୟାସବୁକ୍‌ ଓ ପିଡିଏସ ରେଜିଷ୍ଟରରେ କୌଣସି ଦସ୍ତଖତ ନିଆଯାଉନାହିଁ । ଏଭଳି ବ୍ୟତିକ୍ରମ ଉପରେ ବି.ଡି.ଓ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂଘର କର୍ମକର୍ତ୍ତା ବିନୋଦ କୁମାର ସାହୁ, ସୌମ୍ୟରଞ୍ଜନ ଦାଶ, ପବିତ୍ର ମୋହନ ସାହୁ, ରତନ କୁମାର ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଦାବିପତ୍ରରେ ବି.ଡି.ଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories