କଣ୍ଟାବାଞ୍ଜି : ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଓଏସଏପି ଯବାନ କୁରୁପତି ମାଝି(୩୦)ଙ୍କ ଗତ ଶୁକ୍ରବାର ସକାଳେ ଆକସ୍ମିକ ମୃତ୍ୟୁ ଘଟିବା ପରେ, ଯବାନ କୁରୁପତିଙ୍କୁ ସଶସ୍ତ୍ର ବାଟାଲିୟନର ସ୍ୱତନ୍ତ୍ର ଗାଡିରେ ସାଥି ୬ଜଣ ଯବାନ, ନିଜ ଗାଁ ବଲାଙ୍ଗୀର ଜିଲ୍ଲା ଉପାନ୍ତ ବ୍ଲକ ତୁରେକେଲାର ମହାଖଣ୍ଡ ଗ୍ରାମ ପଞ୍ଚାୟତ ଗଡିଆ ଯୋରରେ ପହଞ୍ଚି ପରିବାର ଲୋକଙ୍କୁ ମୃତ ଦେହ ପ୍ରଦାନ କରି ଫେରିଯାଇଥିଲେ। ଶନିବାର ମୃତ ଯବାନଙ୍କ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ପରେ ଆଦିବାସୀ ସମ୍ପ୍ରଦାୟ ଗଣ୍ଡ ସମାଜ ହୋଇଥିବାରୁ, ପାରମ୍ପରିକ କ୍ରିୟାକର୍ମ ସାରି ସ୍ମସାନ ଘାଟରେ ଶେଷ କୃତ୍ୟ ସାରି ସମାଧି ଦେଇଥିଲେ। ପରେ ଖବର ପାଇ ବ୍ଲକ ଗଣ୍ଡ ସମାଜ ସଭାପତି ତଥା ଅବସର ପ୍ରାପ୍ତ ବ୍ଲାକ କ୍ୟାଟ କମାଣ୍ଡୋ ଯବାନ, ସମ୍ପାଦକ ପ୍ରସୂଧନ ମାଝିଙ୍କ ସହ ବ୍ଲକ ବିଜେଡ଼ି ସଭାପତି ଆଶାଦୁଲ୍ଲା ଖାଁ ଗଡିଆଜୋର ଗାଁରେ ପହଂଚି, ଯବାନଙ୍କ ସମାଧି ପୀଠରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ସହିଦଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇଥିଲେ। ସୂଚନା ଅନୁସାରେ କୁରୁପତି ମାଝି ୨୦୧୪ରେ ଓଏସଏପି ଚାକିରୀରେ ଯୋଗଦେଇ ଥିଲେ।
Comments are closed.