www.samajalive.in
Sunday, December 14, 2025
26.1 C
Bhubaneswar

ରିଆମାଳ-ଆଡଶ ରାସ୍ତାରେ କଲରାପତରିଆ ବାଘ: ଥାନା ଅଧିକାରୀଣୀଙ୍କ ସ୍ୱୀକାର,ବନଖଣ୍ଡ ଅଧିକାରୀଙ୍କ ଖଣ୍ଡନ

ଦେବଗଡ଼: ଦେବଗଡ଼ ବନଖଣ୍ଡ ରିଆମାଳ ବନାଂଚଳ ଅଧିନସ୍ଥ ରିଆମାଳ-ଆଡଶ ରାସ୍ତା କଡରେ କଂସର ସଂରକ୍ଷିତ ଜଙ୍ଗଲରେ ଆଜି ସଂଧ୍ୟାରେ ଏକ କଲରାପତରିଆ ବାଘ ଠିଆ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସେହିପରି ଏକ କଲରାପତରିଆ ବାଘର ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଫଳରେ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି। ତେବେ ଦେବଗଡ଼ ବନଖଣ୍ଡ ଅଧିକାରୀ ଓ ରିଆମାଳ ଥାନା ଅଧିକାରୀଣୀଙ୍କ ଭିନ୍ନଭିନ୍ନ ମତ ଯୋଗୁଁ ଏ ଘଟଣାର ସତ୍ୟତା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ।

ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବାଘଟି ରିଆମାଳ-ଆଡଶ ରାସ୍ତାର ଏକ ପରିତ୍ୟକ୍ତ କ୍ରଶର ୟୁନିଟ ନିକଟସ୍ଥ ରାସ୍ତାରେ ଠିଆ ହୋଇଥିବା ନେଇ ଏକ ଅଡିଓ ପୋଷ୍ଟ ହୋଇଥିଲା। ଏଥିସହ ଏକ କରଲରାପତରିଆ ବାଘର ଫଟୋ ମଧ୍ୟ ପୋଷ୍ଟ ହୋଇଥିଲା। ଅଡିଓ ପୋଷ୍ଟ କରିଥିବା ବ୍ୟକ୍ତି ଜଣକ ନିଜକୁ ମଳେହିପଡ଼ା ଗ୍ରାମ ପଂଚାୟତର ଦୀନବନ୍ଧୁ ପ୍ରଧାନ ପରିଚୟ ଦେବାସହ ସେ ଥାନାରେ ଡ୍ୟୁଟି କରୁଥିବା ଦର୍ଶାଇ ଥିଲେ। ସେହିପରି ବାଘଟି ଉକ୍ତ ରାସ୍ତାରେ ଥିବାରୁ ଉକ୍ତରାସ୍ତ ଦେଇ କେହି ଯାତାୟତ ନକରିବାକୁ ପରାମର୍ଶ ଦେଇଥିଲେ। ଯାହାକି ଆଜି ସଂଧ୍ୟାରେ ଦୃତଗତିରେ ଭାଇରାଲ ହୋଇଛି।

- Advertisement -

ଏ ସମ୍ପର୍କରେ ରିଆମାଳ ଥାନା ଅଧିକାରୀଣୀ ଲଳିତା ପ୍ରଧାନଙ୍କ ମତାମତ ଲୋଡିବାରୁ ଆଜି ସଂଧ୍ୟା ପ୍ରାୟ ୭ଟା ୩୦ ମିନିଟ ସମୟରେ ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କର ସାଙ୍ଗ ଉକ୍ତ ରାସ୍ତାଦେଇ କାର୍‍ରେ ଯାଉଥିବାବେଳେ ଉକ୍ତ ବାଘଟିକୁ ଦେଖି ଫଟୋ ଉଠାଇବା ସହ ତାଙ୍କ ନିକଟକୁ ପଠାଇଥିଲେ ବୋଲି ଉତ୍ତର ଦେଇଛନ୍ତି। ତେବେ ଏ ସମ୍ପର୍କରେ ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧାନାଜୀ ରାଓସୋଙ୍କ ମତାମତ ଲୋଡିବାରୁ ସେ ଏକଥାକୁ ଖଣ୍ଡନ କରିବା ସହ ବର୍ଣ୍ଣିତ ଫଟୋଟି ୪ ଦିନ ପୂର୍ବେ ଛତିଶଗଡ଼ରୁ ତାଙ୍କ ନିକଟକୁ ଆସିଥିବା ପ୍ରକାଶ କରିଛନ୍ତି। ଫଳରେ ଘଟଣାର ସତ୍ୟାସତ୍ୟ ନେଇ ସନ୍ଦେହ ଦେଖାଦେଇଛି। ମାତ୍ର ରିଆମାଳ- ଆଡଶ ରାସ୍ତାରେ କଲରାପତରିଆ ବାଘ ବାହାରିଥିବା ନେଇ ଖବର ଦୃତଗତିରେ ପ୍ରଚାରିତ ହେଉଥିବାରୁ ଏନେଇ ସମ୍ପୃକ୍ତ ଅଂଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories