www.samajalive.in
Sunday, December 7, 2025
13.1 C
Bhubaneswar

କୈଳାସ ଖେର ଓ ଅନୁ ମଲ୍ଲିକଙ୍କୁ ଟାଣିଲେ ସୋନା ମହାପାତ୍ର

ମୁମ୍ବଇ : ‘#ମି ଠୁ ଅଭିଯାନ’କୁ ନେଇ ସାରା ଦେଶରେ ସୃଷ୍ଟି ହୋଇଥିବା ଝଡ଼ରେ ଝାସ ଦେଇଛନ୍ତି ମୁମ୍ବଇସ୍ଥିତ ଓଡ଼ିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର। ପ୍ରସିଦ୍ଧ ସଙ୍ଗୀତଜ୍ଞ ଅନୁ ମଲ୍ଲିକ ଓ ସୁଫି ସଂଗୀତଜ୍ଞ କୈଳାସ ଖେର୍‍ଙ୍କ ନାମରେ ସୋନା ବୁଧବାର ଯୌନ ନିର୍ଯାତନା ଆରୋପ ଲଗାଇଛନ୍ତି। କୈଳାସଙ୍କୁ ସେ ଏଭଳି କ୍ଷେତ୍ରରେ ‘ଅଭ୍ୟାସଗତ ଶିକାରୀ’, ‘ଶସ୍ତା ଲୋକ’ ଓ ‘ନିର୍ଲଜ’ ବୋଲି ଆକ୍ଷେପ କରିଛନ୍ତି। ସୋନା ନିଜ ଟ୍ୱିଟରରେ କୈଳାସଙ୍କ ଅଶାଳୀନ ବ୍ୟବହାର ସମ୍ପର୍କିତ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ସୋନା ଲେଖିଛନ୍ତି, ‘ଜଣେ ସଙ୍ଗୀତ ସାଧକ ଓ ସାଦାସିଧା-ସରଳ ମଣିଷ ଭାବେ ଉପସ୍ଥାପିତ କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହାର ବିପରୀତ। ଏକଦା ପୃଥ୍ୱୀ କାଫେରେ ଏକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପାଇଁ ତାଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। କଥାବାର୍ତ୍ତା ସମୟରେ ସେ ମୋର ଜଙ୍ଘରେ ହସ୍ତ ସଂଚାଳନ ପୂର୍ବକ ‘ତୁମେ ଖୁବ୍‍ ସୁନ୍ଦର; ମୁଁ ଖୁସି ଯେ କୌଣସି ଅଭିନେତା ନୁହନ୍ତି, ଜଣେ ସଙ୍ଗୀତଜ୍ଞ(ସ୍ୱାମୀ ରାମ ସମ୍ପତ) ତୁମକୁ ପାଇଛନ୍ତି’ ବୋଲି କହିଥିଲେ। ସେ ଏମିତି ଆହୁରି କିଛି ଦୁର୍ବ୍ୟବହାର କରିଥିଲେ। ମୁଁ ଏହାକୁ ଏଡ଼ାଇବା ଉଦ୍ୟମ କରିଥିଲେ ମଧ୍ୟ କୈଳାସ ବାରମ୍ବାର ଅସୌଜନ୍ୟ ଆଚରଣ କରିଥିଲେ। ଏମିତିକି ଢ଼ାକାରେ ଆୟୋଜିତ ଏକ ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ ବି ସେ ମୋତେ ଅସୌଜନ୍ୟ ବ୍ୟବହାର କରିଥିଲେ।
ଦୁଇ ବର୍ଷ ପୂର୍ବ ଢ଼ାକା କାର୍ଯ୍ୟକ୍ରମ ସମୟରେ ସେ ମୋତେ ବାରମ୍ବାର ଫୋନ୍‍ କରୁଥିଲେ; ମୁଁ ଫୋନ୍‍ ନ ଧରିବାରେ ସେ କାର୍ଯ୍ୟକ୍ରମ ସଂଚାଳକଙ୍କ ମାଧ୍ୟମରେ ମୋ ସହିତ ଯୋଗାଯୋଗ କରି ଟିମ୍‍ ଛାଡ଼ି ତାଙ୍କ ସହିତ ଯିବାକୁ କହିଥିଲେ। ତା’ଛଡ଼ା ବାରମ୍ବାର ମୋ ଷ୍ଟୁଡିଓକୁ ଆସି ଆପତ୍ତିଜନକ ଆଚରଣ ପ୍ରଦର୍ଶନ କରୁଥିଲେ। ଏମିତି ଜଣେ ବ୍ୟକ୍ତି ନିଜକୁ ସରଳ ସଙ୍ଗୀତସାଧକ ବୋଲି ଦେଖାଇହେବା ଅନୁଚିତ’ ବୋଲି ସୋନା ଲେଖିଛନ୍ତି। ‘ଏହା କୈଳାସଙ୍କର ଏକ ରୋଗ। ଦୁଇ ଜଣ ସାମ୍ବାଦିକା ତାଙ୍କ ସମ୍ପର୍କରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭୁଲ୍‍ ହୋଇ ନପାରେ। ମୋ ସହିତ ଯିଏ ଏଭଳି ଆଚରଣ କରିଛନ୍ତି, ସେ ବହୁ ମହିଳାଙ୍କୁ ନିଶ୍ଚୟ ଏମିତି ନିଜର ଶିକାର ବନାଇଥିବେ।’
ଅନୁ ମଲ୍ଲିକଙ୍କୁ ମଧ୍ୟ ସେନା ସମାନ ଧରଣର ବ୍ୟକ୍ତି ବୋଲି ଅଭିଯୋଗ କରିଛନ୍ତି। ଅନୁଙ୍କ ସମ୍ପର୍କରେ ନିର୍ଦିଷ୍ଟ କୌଣସି ଘଟଣାର ଅବତାରଣା କରି ନଥିଲେ ମଧ୍ୟ ସୋନା ତାଙ୍କୁ କୈଳାସଙ୍କ ସହ ତୁଳନା କରିଛନ୍ତି। ଏହାର ଜବାବରେ ଅନୁ କହିଛନ୍ତି ଯେ ସୋନାଙ୍କୁ ମୁଁ ଜାଣି ନାହିଁ। ତାଙ୍କ ସହିତ ମୋର କେବେ ସାକ୍ଷାତ ହୋଇ ନାହିଁ କିମ୍ବା ମୁଁ କେବେ ତାଙ୍କ ସହିତ କାମ କରି ନାହିଁ। ସେ ଯଦି କୌଣସି ପୁରୁଣା ଘଟଣା ସମ୍ପର୍କରେ ଭାବୁଥିବେ; କିନ୍ତୁ ମୋ ସହିତ ସେମିତି କିଛି ଘଟିଥିବା ମୁଁ ଭାବିପାରୁନାହିଁ। ସେ ଅଯଥାରେ ମୋ ନାମକୁ ଏହି ବିବାଦ ଭିତରକୁ ଟାଣୁଛନ୍ତି ବୋଲି ଅନୁ କହିଛନ୍ତି। ଅପରପକ୍ଷରେ କୈଳାସଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷରେ ବହୁ ବଲିଉଡ୍‍ କଳାକାର ଏବେ ଅଯାଚିତ ଭାବେ ଏଭଳି ଅଭିଯୋଗ ଆଣିବାରେ ଲାଗିଛନ୍ତି। ଅଦିତି ମିତ୍ତଲ ତାଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେବା ନେଇ କନିଜ ସୁର୍କାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହି ତାଲିକା ଲମ୍ବି ଚାଲିଥିଲାବେଳେ ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତ ଆଣିଥିବା ଅଭିଯୋଗ ଉପରେ ୪୦ପୃଷ୍ଠାର ଦସ୍ତାବିଜ ପୁଲିସ ନିକଟରେ ଦାଖଲ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories