www.samajalive.in
Sunday, December 14, 2025
15.1 C
Bhubaneswar

ପି.ଗୋବିନ୍ଦପୁରରେ ଥମୁନି ଝାଡାବାନ୍ତି : ବସୁଧା ଯୋଜନା ପାନୀୟ ଜଳରେ କଲେରା ଜୀବାଣୁ

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁରରେ ୨୬ ତାରିଖରୁ ଲାଗିରହିଥିବା ଝାଡ଼ାବାନ୍ତି ୩୦ ତାରିଖ ସୁଦ୍ଧା ନିୟନ୍ତାଣଧୀନ ଥିଲା। ତେବେ ଶନିବାର ପୁଣି ଗାଁର ଜଣେ ମହିଳା ପୂଜା ପାତ୍ର(୨୦) ଓ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ନବମ ଶ୍ରେଣୀ ଛାତ୍ର ବାଦଲ ବେହେରା(୧୪) ଓ ପଞ୍ଚମ ଶ୍ରେଣୀ ଛାତ୍ର ରାଜେଶ୍ଵର ମଳିକ(୧୧)ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଓ ସେଠାରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ଭଲ ଥିବା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ନମିତା ପଣ୍ଡା କହିଛନ୍ତି । ଗ୍ରାମରେ ମୋଟ ୨୩ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟସେବା ଅତିରିକ୍ତ ନିର୍ଦ୍ଦେଶକ ଡ. ମୂରଲିଧର ପାଢୀ ପି.ଗୋବିନ୍ଦପୁର ଗସ୍ତରେ ଆସି ଗାଁର ୨ଟି କୂଅ ବୁଲି ଦେଖିଥିଲେ। ଆକ୍ରାନ୍ତ ମାନଙ୍କ ଘରକୁ ଯିବା ସହ ଲୋକଙ୍କୁ ଓ ଆରଏସ ପାଉଡର ବ୍ୟବହାର, ପାଣିକୁ ଫୁଟାଇ ଥଣ୍ଡା କରି ପିଇବା, ହାଲୋଜିନ ବଟିକା ବ୍ୟବହାର କରିବା ନେଇ ସଚେତନ କରିଥିଲେ।
ଅପରପକ୍ଷେ ଗାଁର ୭ଟି ବିଭିନ୍ନ ଜଳଉତ୍ସରୁ ସଂଗୃହିତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତାହାର ରିପୋର୍ଟ ଶନିବାର ଦିନ ଆସି ପହଞ୍ଚିଛି। ବସୁଧା ଯୋଜନାରେ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ପାଣି, ପରିତ୍ୟକ୍ତ କୂଅ ଓ ଗାଁ ଆରମ୍ଭରେ ରହିଥିବା କୂଅ ପାଣିରେ ଇ-କଲାଇ( ଜୀବାଣୁ) ବ୍ୟାକ୍ଟେରିଆ ରହିଥିବା ଡାକ୍ତର ଅମୃତ ରାଜ ଜେନା କହିଛନ୍ତି । ଝାଡ଼ାବାନ୍ତିକୁ ନେଇ ଗ୍ରାମରେ ଲୋକେ ଭୟଭୀତ ଥିବାବେଳେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories