www.samajalive.in
Sunday, December 14, 2025
23.1 C
Bhubaneswar

୨୦୩୬ ସୁଦ୍ଧା ରାଜ୍ୟର ସବୁ ପରିବାରକୁ ବିଜୁଳି ଶକ୍ତି

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ–ପାୱାର ୨୦୪୭ ପରିପ୍ରେକ୍ଷୀରେ ଦେଶ ପାଇଁ ବିଜୁଳି ବିତରଣ ଆଧୁନିକୀକରଣ ବ୍ୟବସ୍ଥା, ନ୍ୟାସନାଲ ରୁଫଟଫ୍ ସୋଲାର ପୋର୍ଟାଲ ଓ ଏନଟିପିସିର ସ୍ୱଚ୍ଛ ଶକ୍ତି ପରିଯୋଜନା ଆଦି କାର୍ୟ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର କିଟ୍ ବିଶ୍ୱ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲା ପ୍ରଶାସନ, ଏନଟିପିସି, ଓପିଟିସିଏଲ୍ ଏବଂ ଟିପିସିଓଡିଏଲର ମିଳିତ ଆନୁକୂଲ୍ୟରେ ଏକ ଜନସଚେତନତା କାର୍ଯ୍ୟକ୍ରମ ତଥା ‘ବିଜୁଳି ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ‘ଆଜାଦ୍ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ଏହିପରି କାର୍ୟ୍ୟକ୍ରମ ଖୋର୍ଦ୍ଧା ଜିଲା ସଦର ମହକୁମା ଠାରେ ଚଳିତ ମାସ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି କିଟ୍ ବିଶ୍ୱବିଦ୍ୟାଳୟଠାରେ ମଧ୍ୟ ଅନୁରୂପ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଳ୍ପ, ଅଣୁ,କ୍ଷୁଦ୍ର, ମଧ୍ୟମଉଦ୍ୟୋଗଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦେବ କହିଥିଲେ ଯେ, ଆମ ରାଜ୍ୟ ଓଡିଶା ଜନସାଧାରଣଙ୍କ ସହଯୋଗରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପର ବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ଦୃତ ଉନ୍ନତି ପଥରେ ଆଗେଇ ଚାଲିଛି। ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ଶକ୍ତି କ୍ଷେତ୍ରରେ ରାଜ୍ୟରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନିଆଯାଇ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡିଶା ଏକ ବଳକା ରାଜ୍ୟ ହୋଇପାରିଛି। ସେହିପରି ଦେଶରେ ଭାରତର ପ୍ରଧାନମନ୍ତ୍ରୀ ସବୁ ପ୍ରଦେଶରେ ବିଭିନ୍ନ ପ୍ରକଳ୍ପ କାର୍ୟ୍ୟକାରୀ କରି ବିଦ୍ୟୁତ ଶକ୍ତିର ଉତ୍ପାଦନ ଓ ବିତରଣକୁ ଗୁରୁତ୍ୱ ଦେଉଛନ୍ତି। ଫଳରେ ଆମ ଦେଶ ମଧ୍ୟ ବାହାର ଦେଶକୁ ବିଦ୍ୟୁତ୍ ଶକ୍ତି ରପ୍ତାନୀ କରିବାରେ ସମର୍ଥ ହୋଇଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ସ୍ମୃତି ପାଳନ ଅବସରରେ ପ୍ରତି ପରିବାରକୁ ବିଜୁଳି ଶକ୍ତି ପହଞ୍ଚାଇବା ସମ୍ପର୍କରେ ସମୀକ୍ଷା ଉପରେ ଭାରତର ପ୍ରଧାନ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଆମ ରାଜ୍ୟ ୧୯୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହୋଇଥିଲା। ଆଗାମୀ ୨୦୩୬ ମସିହା ସୁଦ୍ଧା ରାଜ୍ୟର ସମସ୍ତ ପରିବାରକୁ ବିଜୁଳି ଶକ୍ତି , ପାନୀୟ ଜଳ, ପ୍ରତି ଗାଁକୁ ରାସ୍ତାଘାଟ ସୁବିଧା କରିବା ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । କୃଷି, ଶିଳ୍ପ,ବିଭିନ୍ନ ଉତ୍ପାଦନ କାର୍ୟ୍ୟ, ବିଦ୍ୟାଳୟ ଏବଂ ଘରେ ପିଲାମାନଙ୍କ ପାଠପଢା ସମେତ ଦୈନନ୍ଦିନ ପ୍ରତ୍ୟେକ କାର୍ୟ୍ୟରେ ବିଜୁଳି ଶକ୍ତିର ଆବଶ୍ୟକତା ଅପରିହାର୍ୟ୍ୟ ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିବା ସହିତ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଓ ଜନସାଧାରଣଙ୍କୁ ବିଜୁଳି ଶକ୍ତିର ଉପଯୁକ୍ତ ବ୍ୟବହାର ଓ ଶକ୍ତି ସଂଚୟ ଉପରେ ସଚେତନ କରାଇଥିଲେ । କାର୍ୟ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ କିଶୋର ଧଳ ଯୋଗଦେଇ ବିଦ୍ୟୁତ ଶକ୍ତିର ବ୍ୟବହାର ଓ ଉପଯୁକ୍ତ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ୟ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ କରାଯାଇଥିବା ବିଭିନ୍ନ କାର୍ୟ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସର ସିଧା ପ୍ରସାରଣ ଓ ବିଭିନ୍ନ ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ ପ୍ରସାରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଟିପିସିଓଡିଏଲର ମୁଖ୍ୟ କାର୍ୟ୍ୟନିର୍ବାହୀ ସ୍ନେହାବେଗମ ମାଥିରମ,ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା, ଏନଟିପିସିର ଆଞ୍ଚଳିକ ନିର୍ଦ୍ଦେଶକ(ଓଡିଶା ଜୋନ) ଅସୀମ କୁମାର ଗୋସ୍ୱାମୀ,ଏନ.ଟି.ପିସିର ସାଧାରଣ ପରିଚାଳକ (ସୋଭାଗ୍ୟ), ଅମୀୟ କୁମାର ପାଢୀ, ସର୍ବୋଚ୍ଚ ଯନ୍ତ୍ରୀ,ବିଦ୍ୟୁତ୍ ସୁରେଶ ଚନ୍ଦ୍ର ମହାରଣା, ସି.ପି.ଏମ୍. ଆର୍.ଇ.ସି ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଭାରତ ଓ ଓଡିଶା ସରକାରଙ୍କ ମିଳିତ ପ୍ରୟାସରେ ରାଜ୍ୟରେ ବିଭିନ୍ନ ଦୁର୍ଗମ ଅଂଚଳ ସମେତ ସମସ୍ତ ପରିବାରକୁ ବିଭିନ୍ନ ଯୋଜନାରେ ବିଦ୍ୟୁତ୍ ସଂଯୋଗ କରାଯିବା ଏବଂ ଗ୍ରାହକମାନଙ୍କୁ ଶକ୍ତି ବିତରଣରେ ଉତ୍ତମ ସୁବିଧା ପ୍ରଦାନ ଉପରେ ଅନୁଷ୍ଠାନଗୁଡିକ ତରଫରୁ ନିଆଯାଉଥିବା ପଦକ୍ଷେପ ଓ ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ଯୋଜନାରେ ବିଦ୍ୟୁତ୍ ସଂଯୋଗ ନେଇ ଉପକୃତ ହୋଇଥିବା ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ସଂପର୍କରେ ମତ ରଖିଥିଲେ। ପରିଶେଷରେ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ଓ ଉପଯୁକ୍ତ ବ୍ୟବହାର ସଂପର୍କରେ ସୂତ୍ରଧାରା ଅନୁଷ୍ଠାନ ତରଫରୁ ଏକ ପଥପ୍ରାନ୍ତ ନାଟକ ଏବଂ ଉଡ୍ର ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ୟ୍ୟକ୍ରମ ଓଡିଶୀ ପରିପ୍ରେକ୍ଷୀରେ କରାଯାଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories