www.samajalive.in
Sunday, December 14, 2025
26.1 C
Bhubaneswar

ସମାଜ ପ୍ରଭାବ, ମରାମତି ହେଲା ଚୁହୁକି ପୋଲ

ରେଙ୍ଗାଲି: ଦୈନିକ ସମାଜରେ କିଛିଦିନ ତଳେ ‘ବିପଦ ଜନକ ସ୍ଥିତି ରେ ଚହୁକି ପୋଲ’ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେଲା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ପୋଲ ଉପରେ ଦେଖା ଦେଇଥିବା ଗାଡ ଖାଲ ମରାମତି କରାଯାଇ ଥିବା ବେଳେ ପୋଲକୁ ସଂଯୋଗ କରୁଥିବା ଏପ୍ରୋଚ୍ ରାସ୍ତା ଉପରେ ଥିବା ଗାଡିଆ ଭଲି ଖାଲଖମାର ମଧ୍ୟ ମରାମତି କରାଯାଇଛି। ଇତି ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିୱାରୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପୋଲ ପୁନଃ ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବାକୁ ଦାବୀ କରିଥିବାର ଜଣାପଡିଛି।

ଏହି ପୋଲର ପୁନଃ ନିର୍ମାଣ ସକାଶେ ଡାଇଭର୍ସନ ରାସ୍ତା ତିଆରି କରାଯାଇ ଥିଲେ ମଧ୍ୟ କିଛି ଦିନ ଆଗରୁ ଡାଇଭର୍ସନ ରାସ୍ତାକୁ ମେସିନ ଲଗାଇ କାଟି ଦିଆଯାଇଥିଲା। ପୂର୍ତ୍ତ ବିଭାଗର ଏଭଲି ଟାଳଟୁଳ ନୀତି ଯୋଗୁଁ ପୋଲ ପୁନଃନିର୍ମାଣ କାମ ଆରମ୍ଭ ହୋଇ ନଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ବାଧିନତା ସଂଗ୍ରାମରର ମୁକ ସାକ୍ଷୀ କୁହାଯାଉଥିବା ଏହି ରାସ୍ତା ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସର୍ବ ପୁରାତନ ରାସ୍ତା ଅଟେ। ଇଂରେଜ ଅମଳରୁ ନିର୍ମିତ ଏହି ରାସ୍ତା ସମ୍ବଲପୁରରୁ ରାଞ୍ଚିକୁ ସଂଯୋଗ କରୁଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories