www.samajalive.in
Tuesday, December 9, 2025
23.1 C
Bhubaneswar

ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ

ବୌଦ୍ଧ: କେନ୍ଦ୍ରୀୟ ଭୂଜଳ ପରିଷଦ ଭୂବନେଶ୍ୱର ଆନୁକୂଲ୍ୟରେ ଶୁକ୍ରବାର ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତ୍ତାଳାପ କାର‌୍ୟ୍ୟକ୍ରମ ଜାତୀୟ ଉଦ୍ୟାନ କୃଷି ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ ପାଲଝାର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର‌୍ୟ୍ୟକ୍ରମରେ ଏନଏଚଆରଡିଏଫର ସହକାରୀ ନିର୍ଦ୍ଦେଶକ ଅରୁଣ ପାଣ୍ଡେ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରୀୟ ଭୂଜଳ ପରିଷଦ ବୈଜ୍ଞାନିକ ସୁଧାଂଶୁ ମହାନ୍ତି ଓ ମୁନ୍ନା ସୁତ୍ରଧର ପ୍ରମୁଖ ଯୋଗଦେଇ ଭୂଜଳର ସୁବିନିଯୋଗ ଉପରେ ଆଲୋକପାତ କରିଥିଲେ । କାର‌୍ୟ୍ୟକ୍ରମରେ ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦିପ୍ତ ମହାନ୍ତି, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଯୋଗୀନ୍ଦ୍ରନାଥ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ସସ୍ମିତା ପ୍ରିୟଦର୍ଶିନୀ, ହରଭଙ୍ଗା ବ୍ଲକର ସହକାରୀ କୃଷି ଅଧିକାରୀ ରାଜେଶ ଚୌଧୁରୀ, ସହକାରୀ କୃଷି ଅଧିକାରୀ ବୌଦ୍ଧବ୍ଲକ କମଳାକାନ୍ତ କଟାରୀ, ଯାନ୍ତ୍ରିକ ଅଧିକାରୀ ରଂଜିତ ଦାସ ପ୍ରମୁଖ ଯୋଗଦେଇ ଭୂଜଳର ସୁବିନିଯୋଗ ଉପରେ ଆଲୋଚନା କରିଥିଲେ । ଏଥିରେ ବୌଦ୍ଧଜିଲ୍ଲାର ଶତାଧିକ ଚାଷୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ଭୂଜଳ ପରିଷଦର ବୈଜ୍ଞାନିକ ସୁଧାଂଶୁ କୁମାର ମହାନ୍ତି ପରିଚାଳନା କରିଥିବାବେଳେ ମୁନ୍ନା ସୁତ୍ରଧର ଧନ୍ୟବାଦ ପ୍ରଦାନ କରିଥିଲେ ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories