ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଲିଖିତ କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଅଧୀର ଭୁଲ କ୍ରମେ ‘ରାଷ୍ଟ୍ରପତ୍ନୀ’ କହିଥିବାରୁ ଏହି କ୍ଷମା ପ୍ରାର୍ଥନା କରିଛନ୍ତି। ନିଜର ତ୍ରୁଟିପୂର୍ଣ୍ଣ ଆକ୍ଷେପ ପାଇଁ ଅଧୀର ଶୁକ୍ରବାର ଶ୍ରୀମତୀ ମୁର୍ମୁଙ୍କ ନିକଟକୁ ଚିଠି ଲେଖି କ୍ଷମା ମାଗିବା ସହିତ ଦୁଃଖପ୍ରକାଶ କରିଛନ୍ତି। ଏହା ସହିତ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଅଧୀରଙ୍କ ମନ୍ତବ୍ୟକୁ ନେଇ ଗୁରୁବାର ଓ ଶୁକ୍ରବାର ସଂସଦ ଉଭୟ ଗୃହରେ ଗୃହ ଅଚଳ ରହିଛି।
Popular Categories



