www.samajalive.in
Sunday, December 14, 2025
26.1 C
Bhubaneswar

ପଂଚାୟତ ପିଇଓଙ୍କ ବିରୋଧରେ ସରପଞ୍ଚଙ୍କୁ ଦାବିପତ୍ର

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପାଞ୍ଚୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଡିଗାଲଙ୍କ ମନମୁଖୀ କାର୍ଯ୍ୟକଳାପ ଓ ପଞ୍ଚାୟତରେ ଅନୁପସ୍ଥିତି ରହୁଥିବାରୁ ଆଜି ଫିରିଙ୍ଗିଆର ଜନସାଧାରଣ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବକ୍ଷୋଭ ପ୍ରଦର୍ଶନ କରିବା ସହ ସମ୍ପୃକ୍ତ ପିଇଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁରଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଜନସାଧାରଣଙ୍କ ଅଭିଯୋଗ ପ୍ରକାରେ ସମୃକ୍ତ ପିଇଓ ଜଣକ ପଂଚାୟତରେ ଅନୁପସ୍ଥିତି ରହୁଥିବାରୁ ପଞ୍ଚାୟତ ସ୍ତରରେ ହେଉଥୁବା କାର୍ଯ୍ୟକ୍ରମଗୁଡିକରେ ବାଧା ସୃଷ୍ଟି ହେଉଛି।

ପଞ୍ଚାୟତ କାର୍ଯ୍ୟାଳୟକୁ ବିଭିନ୍ନ କାମ ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ପିଇଓଙ୍କ ଅନୁପସ୍ଥିତି ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସମ୍ପୃକ୍ତ ପିଇଓ ଜଣକ ଦୀର୍ଘ ଦିନ ଧରି ଏହି ପଞ୍ଚାୟତରେ କାର୍ଯ୍ୟରତ ଥିବା ବେଳେ ଆବାସ ଯୋଜନା, ଆଦର୍ଶ ଛେଳି ଗୁହାଳ, ଗାଈ ଗୁହାଳ, ଚାଷ ଉପଯୋଗୀ କୁଅ ଭଳି ବିଭନ୍ନ ଯୋଜନାରେ ଚଞ୍ଚକତା କରି ଆସୁଥିବା ବେଳେ ପିଇଓଙ୍କ ମନମୂଖି କାର୍ଯ୍ୟକଳାପ ପାଇଁ ପ୍ରକୃତ ହିତାଧିକାରୀ ଏହି ସବୁ ଯୋଜନାରୁ ବାଦ ପଡ଼ୁଥୁବା ଭଳି ଗୁରୁତର ଅଭିଯୋଗ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories