www.samajalive.in
Monday, December 15, 2025
26.1 C
Bhubaneswar

ଥାନା ସମ୍ମୁଖରେ ବିଷ ପିଇଲେ ମହିଳା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗୋପାଳପୁର : ଗୋପାଳପୁର ଥାନାକୁ ଅଭିଯୋଗ ଦେବାକୁ ଆସି ଥାନା ସମ୍ମୁଖରେ ନିଜେ ଆଣିଥିବା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୁଲିସ ପକ୍ଷରୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ଜଣାପଡିଛି । ମହିଳା ଜଣଙ୍କ ମାଣ୍ଡିଆପଲ୍ଲୀ ଜ୍ୟୋତି ନଗରର ସୁକାନ୍ତ ଦାସଙ୍କ ସ୍ତ୍ରୀ ଟିକିନା ଦାସ ବୋଲି ପୁଲିସ ସୂଚନା ଦେଇଛି । ଆଜି ଟିକିନା ଥାନାକୁ ଆସି ଥାନା ସମ୍ମୁଖରେ ଥିବା ତ୍ରିନାଥ ମନ୍ଦିର ନିକଟରେ ବସି ଥିଲେ । କିନ୍ତୁ ହଠାତ କିଏ କିଛି ବୁଝିବା ପୂର୍ବରୁ ଟିକିନା ନିଜେ ଆଣିଥିବା କୀଟନାଶକ(କ୍ବିକଫସ)କୁ ଖାଇ ଦେଇଥିଲେ। ଏହା ଦେଖି ନିକଟରେ ଥିବା କିଛି ପୁଲିସ କର୍ମଚାରୀ ତୁରନ୍ତ ଟିକିନା ହାତରୁ କୀଟ ନାଶକକୁ ଛଡାଇ ଥିଲେ। ହେଲେ ସେତେବେଳକୁ ଟିକିନା କିଟନାଶକର କିଛି ଅଂଶ ଖାଇ ଦେଇଥିବା ସହ ବାନ୍ତି କରିବା ଆରମ୍ଭ କରି ଦେଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଆଇଆଇସି ଶ୍ରୀକାନ୍ତ ଖମାରୀ ଓ ଅନ୍ୟ ଷ୍ଟାଫ ମାନେ ପୁଲିସ ଜିପରେ ବ୍ରହ୍ମପୁର ବଡ ମେଡିକାଲ ନେଇ ଚିକିତ୍ସିତ କରାଉଥିବା ଜଣାପଡିଛି । ଅନ୍ୟ ପଟେ ମହିଳା ଜଣଙ୍କ ତାଙ୍କ ସ୍ବାମୀ ସୁକାନ୍ତଙ୍କୁ ସେଠାକୁ ଡାକିବାକୁ କହୁଥିବା ଜଣାପଡିଛି। ଟିକିନା ଗତ କିଛି ମାସ ହେବ ଦୁଇ ପୁଅ ସହ ଅନ୍ୟତ୍ର ରହି ଆସୁଥିଲେ। ଟିକିନା  ମାଣ୍ଡିଆପଲ୍ଲୀରେ ରହୁଥିବା ସମୟରେ ବହୁ ଧାରକରଜ କରିଦେଇଥିଲେ । ଯାହାଫଳରେ ଏହି ଘଟଣାକୁ ନେଇ ଅନେକ ସମୟରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗୁଥିଲା। ଗତ ୮ ଦିନ ତଳେ ଟାକିନା ଗାଁ କୁ ଫେରିଥିଲେ । କିନ୍ତୁ ଘରେ ଏକୁଟିଆ ନିଜର ଦୁଇ ପୁଅ ସହ ରହି ଆସୁଥିଲେ । ସ୍ବାମୀ ଅନ୍ୟତ୍ର ଏକ ଘର ଭଡା ନେଇ ରହୁଥିବା ଜଣାପଡିଛି। ବର୍ତ୍ତମାନ ଟିକିନାର ବ୍ରହ୍ମପୁର ବଡ ମେଡ଼ିକାଲରେ ଚିକିତ୍ସା ଚାଲୁ ରହିଥିବା ଥିବା ବେଳେ, ପୁଲିସ ପକ୍ଷରୁ ଘଟଣା ନେଇ ଏକ ମାମଲା ରୁଜୁ କରିବା ସହ କିଟନାଶକ ଡାବାକୁ ଜବତ କରିଛି । ମେଡ଼ିକାଲରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ, ଏସଆଇ ସଫିଆ ମିଶ୍ର, ଏଏସଆଇ ତିରୁପତି ରାଓ, ଏଏସ ଆଇ ପୁଷ୍ପା ମଲିକ, ଏସଆଇ ଜୟ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ଅଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories