www.samajalive.in
Sunday, December 14, 2025
14.1 C
Bhubaneswar

ବୃକ୍ଷର ପ୍ରତ୍ୟେକଟି ଅଂଶ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡିତ : ଶୁଭ୍ରାଞ୍ଜଳି

ଜି.ଉଦୟଗିରି : ସ୍ଥାନୀୟ ପ୍ରେସ କ୍ଳବ ସହଯୋଗରେ ସ୍ବିର୍କୀ ଘାଇ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ  ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳୀ ପ୍ରଧାନ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ଅଭିଭାଷଣରେ ବୃକ୍ଷର ପ୍ରତ୍ୟେକଟି ଅଂଶ କିପରି ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ତାହା ଉପରେ ଆଲୋକପାତ କରିଥିଲେ । ଜଙ୍ଗଲ ଧ୍ବସଂ ହେବା ଫଳରେ ପରିବେଶ ସନ୍ତୁଳନ କରିବା ନିମନ୍ତେ ୧୯୫୦ ମସିହାରୁ ଆରମ୍ଭ ହୋଇଥିଲା ବନ ମହୋତ୍ସବ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ବନ ବିଭାଗ ଦ୍ବାରା କରାଯାଇ ଚାରା ରୋପଣ କରାଯାଉଛି, ହେଲେ ଚାରାକୁ ଜୀବିତ ରଖି ବଡ ବୃକ୍ଷରେ ପରିଣତ କରାଇବାର ଉତ୍ତରଦାୟୀତ୍ବ ହେଉଛି ଜନସାଧାରଣଙ୍କର ବୋଲି ସ୍ଥାନୀୟ ବନାଞ୍ଚଳ ଅଧିକାରୀ ମୀନାକ୍ଷୀ କୁମୁରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଆନ୍ୟମାନଙ୍କ ମଧ୍ୟରେ ବନପାଳ, ପ୍ରବୀଣ ଦାସ, ରଶ୍ମିତା ବକ୍ସି, ଉସିଳା ନାୟକ ବନରକ୍ଷୀ ବିଭୂରଞ୍ଜନ ସାମନ୍ତରାୟ ସହ ଅନ୍ୟ ବନ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନୀଧି ବିଦ୍ୟାଧର ପାଳ, ପତିତପାବନ ସାହୁ, ଦେବନାଥ ଦଳବେହେରା, ସମୀର କୁମାର ପାଢୀ, ରାମକୃଷ୍ଣ ଚୌଧୁରୀ, ଅରୁଣ କୁମାର ଷଡଙ୍ଗୀ, ପ୍ରତାପ ଚନ୍ଦ୍ର ପାଢୀ, ପ୍ରଶନ୍ନ କୁମାର ମିଶ୍ର, ଆଶୁତୋଷ ସାହୁ, ଗଗନ ପ୍ରଧାନ, ଅନୀଲ କୁମାର ଦଳବେହେରା, ସାମନ୍ତ ଶେଖର ନାୟକ, ଏନ.ରାଜା ରାଓ,  କେ. ଲିଲିମା ରାଓ, ଚନ୍ଦ୍ରଶେଖର ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସାମ୍ବାଦିକ ସମୀର ପାଢୀ ନିଜ  ବକ୍ତବ୍ୟରେ ପରିବେଶ ସୁସ୍ଥ ରଖିବାକୁ ହେଲେ ଚାରା ରୋପଣର ଆବଶ୍ୟକତା କେତେ ଗୁରୁତ୍ବପୁର୍ଣ୍ଣ ତାହା ଉପରେ ମତ ପ୍ରକାଶ କରିଥିବା ବେଳେ ଶେଷରେ ବନପାଳ ପ୍ରବୀଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories