www.samajalive.in
Saturday, December 13, 2025
26.1 C
Bhubaneswar

ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସ୍ତରୀୟ ଜୁଲାଇ ମାସର ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସପ୍ତାହେ ଭିତରେ ବିଦ୍ୟାଳୟର ନୂତନ ଖୋଲା ହୋଇଥିବା ଜମା ଖାତାରୁ ସମସ୍ତ ବିଦ୍ୟାଳୟ ୫୦୦ ଟଙ୍କା ଉଠାଇବା, ସିଆରସିସିମାନେ ସମସ୍ତ ବିଦ୍ୟାଳୟ ପରିଦର୍ଶନ କରିବେ, ଶିକ୍ଷକ ଓ ଛାତ୍ର ଉପସ୍ଥାନ ଦେଖିବେ, ଦୈନିକ ଉପସ୍ଥାନ ପଠାଇବେ ଶିକ୍ଷଣ ଶିକ୍ଷାଦାନ ତଦାରଖ କରିବେ, ଘରୋଇ ବ୍ୟକ୍ତିଙ୍କ ନାମରେ ଥିବା ଜମି ପଟ୍ଟା ବିଦ୍ୟାଳୟ ନାମରେ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମ ସଭା ମାଧ୍ୟମରେ ପଦକ୍ଷେପ ନେବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଡ ମାଝୀ ବକ୍ତବ୍ୟ ରଖିଥିଲେ।

ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ ବୃନ୍ଦାବନ ସାହୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ଆଲୋଚନା କରି ଜିଲ୍ଲାର ଶିକ୍ଷଣ ଉପଲବ୍ଧି ସ୍ତରକୁ ବୃଦ୍ଧି କରିବା ସକାଶେ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଇନଷ୍ପାୟାର ଆୱାର୍ଡ ପାଇଁ ଷଷ୍ଠ ରୁ ଦଶମ ଶ୍ରେଣୀ ପିଲାମାନେ ନାମ ପଞ୍ଜିକରଣ କରବେ ବୋଲି ସୂଚନା ଦେଇଥିଲେ। ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ପିଲାଙ୍କୁ ଶିକ୍ଷାଦନ ପୂର୍ବରୁ ସେମାନଙ୍କ ମାନସିକ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଥିଲେ। ସନ୍ତୋଷ କୁମାର ସ୍ୱାଇଁ, ଦେବାଶିଷ ଦ୍ଵାରୀ, ଶିବଶଙ୍କର ଶତପଥୀ ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ମୂଳସ୍ରୋତରେ ସାମିଲ କରିବା, ମୋ ସ୍କୁଲ ଅଭିଯାନ, ସିଆରସିସିଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ। ଜିଲ୍ଲାର ସମସ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭାଗୀୟ ସଂଯୋଜକ ଓ ସିଆରସିସିମାନେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories