ଶୁକ୍ରବାର ରାଶିଫଳ ୨୯.୦୭.୨୦୨୨

ମେଷ: ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବିକଶିତ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ବହୁ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। ଅଗ୍ରଗଣ୍ୟ କୃଷକ ହେବେ।
ବୃଷ: ସଂକଳ୍ପ ଓ ସମର୍ପଣ ଭାବ ହିଁ ଆପଣଙ୍କୁ ଶୀର୍ଷାସନ ଦେବ। ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ। ଭାଷା ମଧୁର ହେବ।
ମିଥୁନ: ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହେବେ। ଚାରୁ ଚନ୍ଦନା ଦେହୀ ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ।
କର୍କଟ: ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯିବ। ଧନଲାଭ ହେବ। ଆହାର ସୁଧାର ହେବ।
ସିଂହ: ରାଜଯୋଗ ଥିବାରୁ ଉଚ୍ଚ ସମ୍ମାନ ଲାଭ କରିବେ। କର୍ମଚଞ୍ଚଳ ରହିବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଏକାନ୍ତରେ ମୌନ ରହି ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
କନ୍ୟା: ଧନର ଅନ୍ତଃ ପ୍ରବାହ ଅବ୍ୟାହତ ରହିବ। କର୍ମଚଞ୍ଚଳ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ କ୍ଷେତ୍ରରେ ସମ୍ମାନିତ ହେବା ସହିତ ଧନ ପ୍ରାପ୍ତ ହେବେ। କରିତ୍‌କର୍ମା ହେବେ।
ତୁଳା: ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଉଳ ଭବିଷ୍ୟତର ମାର୍ଗକୁ ଆଲୋକିତ କରିପାରନ୍ତି। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ରହିବ।
ବିଛା: ସ୍ବକର୍ମ ଆପଣଙ୍କ ଭାଗ୍ୟ ଡୋରି ହୋଇପାରେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଭୋଗୀ ଓ ବିଳାସୀ ହୋଇପାରନ୍ତି। କୃପା ନିଧାନଙ୍କ କୃପା ପାତ୍ର ହେବେ। ଆଭା, ପ୍ରଭା, ପ୍ରତିଭାର ଧ୍ବଜାଧାରୀ ହେବେ।
ଧନୁ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆକସ୍ମିକ ବିପଦର ମୁକାବିଲା କରିପାରନ୍ତି। ଚେତନାର ଉଳ ପ୍ରଦୀପ ହେବେ। ସ୍ବାଭିମାନୀ ହେବେ। ଭାଗୁଆଳ ବ୍ୟବସା ଲାଭଦାୟକ ହେବ। ସତର୍କତାର ଦିନ ଆଜି।
ମକର: ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟରୁ ଲାଭବାନ୍‌ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ମଙ୍ଗଳଦାୟକ ହେବ।
କୁମ୍ଭ: ଅନବଦ୍ୟ ରଚନା ପାଠକଙ୍କ ପାଇଁ ଉପାଦେୟ ହେବ। ନମ୍ରତାର ପ୍ରତୀକ ହୋଇପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସତ୍‌ସଙ୍ଗରୁ ଶାନ୍ତି ଓ ତୃପ୍ତି ମିଳିବ। ଶତ୍ରୁ ଦମନ ଯୋଗ ଅଛି। ଋଣ ପରିଶୋଧ କରିବେ।
ମୀନ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ପତ୍ନୀ ଆଜ୍ଞାକାରିଣୀ ହେବେ। ହଠାତ୍‌ କିଛି ଅର୍ଥ ମିଳିପାରେ। ପୁଣ୍ୟକର୍ମୀଭାବେ ସମ୍ମାନିତ ହେବେ।

Comments are closed.