www.samajalive.in
Sunday, December 14, 2025
16.1 C
Bhubaneswar

ସିଦ୍ଧ ରାମଚଣ୍ଡୀ ଓ ଦେବୀଦ୍ୱାର ପୀଠର ବିକାଶ ଓ ଉନ୍ନତି ପାଇଁ ଭୂମିପୂଜା

ବାଙ୍କୀ: ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଦେବୀଦ୍ୱାର ପୀଠ ମହାନଦୀ କୂଳର ଏକ ବିଶେଷ ପ୍ରାକୃତିକ ଶୋଭା ବିମଣ୍ଡିତ ଓ ସିଦ୍ଧ ରାମଚଣ୍ଡୀଙ୍କର ଏକ ଆଧ୍ୟାତ୍ମିକ ପୀଠ ଭାବରେ ବେଶ୍ ଜଣାଶୁଣା। ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଭଗିପୁର ପଞ୍ଚାୟତର ଏହି ପୀଠର ଉନ୍ନତି ଓ ବିକାଶ ପାଇଁ ଗୁରୁବାର ଦିନ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ସମ୍ମାନୀତ ଅତିଥି ଭାବରେ କଟକ ଜିଲାପାଳ ଭବାନୀଶଙ୍କର ଚୟନୀ ଯୋଗଦେଇ ୫୦ଲକ୍ଷ ଟଙ୍କା ବ୍ୟୟବରାଦର ଉନ୍ନୟନ ମୂଳକ ପ୍ରକଳ୍ପ ନିମନ୍ତେ ଶୀଳାନ୍ୟାସ କରିଛନ୍ତି। ଏହି ଅବସରରେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲଙ୍କ ଅଧ୍ୟକ୍ଷତାରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଜିଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁ,ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ବେଉରା,ସରପଞ୍ଚ ସନ୍ତୋଷ କୁମାର ସୁତାର, ସମିତି ସଭ୍ୟା ଶକୁନ୍ତଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁଜାତା ପଟ୍ଟନାୟକ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେବୀଦଦ୍ୱାର ଠାରେ ଏକ ଜନସୁବିଧା କେନ୍ଦ୍ର ନିର୍ମାଣ କରାଯାଇ ପର୍ଯ୍ୟଟକ ମାନଙ୍କର ସାମୁହିକ ସୁବିଧା, କୁତ୍ରିମ ଜଳଧାରାଣ, ସ୍ନାନ ଓ ଶୌଚାଳୟ ସୁବିଧା ଆଦି କାର୍ଯ୍ୟ କରାଯିବା ସମ୍ପର୍କରେ ଆଲୋକପାତ କରିଛନ୍ତି। ଇକୋ-ଟୁରିଜିମର ବିକାଶ, ଅଂଶୁପା-ଚନ୍ଦକା ଅଭୟାରଣ୍ୟ ଓ ଦେବୀଦ୍ୱାର ପୀଠକୁ ନେଇ ହିଁ ସଞ୍ଜୋଗ କରାଯାଇଥିବା ବିଧାୟକ ନିଜ ବକ୍ତବ୍ୟରେ ପ୍ରକାଶ କରି ଏହା ପ୍ରକୃତିକ ସମ୍ଭାରର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଆହ୍ୱାନ ଦେଇଛନ୍ତି। ମହିଳା ମାନଙ୍କୁ ସ୍ୱାବଲମ୍ବନ କରିବା ପାଇଁ ପର୍ଯ୍ୟଟନ ହିଁ ଶ୍ରେଷ୍ଠ ମାର୍ଗ ଏଣୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହଭାଗୀତା ଓ ପୀଠକୁ ସ୍ୱଚ୍ଛତା ରଖିବା ସହିତ ଅର୍ଥନୈତିକ ପ୍ରଗତି ପାଇଁ ଛୋଟଛୋଟ କାର୍ଯ୍ୟ ହାତକୁ ନେବା ସ୍ୱାଗତ ଯୋଗ୍ୟ ବୋଲି କହିବା ସହ ଜନ ସହଯୋଗ ହିଁ ଦେବୀଦ୍ୱାର ସଫଳ ପର୍ଯ୍ୟଟନର ମାନ୍ୟତା ବଢାଇବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି। ଖୁବ ଶୀଘ୍ର ଏହି ଜନସୁବିଧା କେନ୍ଦ୍ର ନିର୍ମାଣ ଅରମ୍ଭ ହୋଇ ଶେଷ କରିବା ପାଇଁ ପରାମର୍ଶ ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories