www.samajalive.in
Saturday, December 6, 2025
26.1 C
Bhubaneswar

ସ୍କୁଲରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ଘଟଣା ; ପ୍ରଧାନ ଶିକ୍ଷକ ନିଲମ୍ବିତ

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ଝାରଖମଣ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପରମାନନ୍ଦ ସାହୁଙ୍କ ମାଡରେ ଜନୈକ ଚତୁର୍ଥ ଶ୍ରେଣୀ ଛାତ୍ର ବିକାଶ ବେହେରା ଲହୁଲୁହାଣ ହୋଇଥିଲେ। ଏହି ଘଟଣାର ତଦନ୍ତ ରିପୋର୍ଟକୁ ଆଧାରକରି ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଉଦୟନାଥ ମାଝୀ ପ୍ରଧାନଶିକ୍ଷକ ପରମାନନ୍ଦ ସାହୁଙ୍କୁ ଚାକିରୀରୁ ନିଲମ୍ବନ କରିଥିବା ଜଣାପଡିଛି।
ସୂଚନା ଥାଉ କି ଗତ ଶୁକ୍ରବାରଦିନ ଗୀତ ଲେଖିନପାରିବାରୁ ଛାତ୍ର ବିକାଶଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବାଡିରେ ମାଡ ମାରି ଲହୁଲୁହାଣ କରିଥିଲେ। ଏ ନେଇ ଅଭିଭାବକଙ୍କ ପକ୍ଷରୁ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଏହା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଜଣ ଏବିଇଓ ଏବଂ ଜଣେ ସିଆରସିସିକୁ ନେଇ ଘଟଣାର ତଦନ୍ତ ହୋଇଥିଲା। ଏଥିରେ ପ୍ରଧାନ ଶିକ୍ଷକଙ୍କ ମଧ୍ୟ ନିଜର ଦୋଷ ସ୍ୱୀକାର କରିଥିଲେ। ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳଭାବେ ସରକାର ଘୋଷଣା ପରେ ପ୍ରଧାନ ଶିକ୍ଷକଙ୍କ ଛାତ୍ରଙ୍କୁ ଏଭଳି ମାଡମାରିବା ଘଟଣା ଉପରେ ବିଭାଗୀୟ ଉଚ୍ଚକତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି।ଡିଇଓଙ୍କ କାର୍ଯ୍ୟାନୁଷ୍ଠାନ ଅଭିଭାବକ ପକ୍ଷରୁ ସ୍ୱାଗତ କରାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories