www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟପ୍ରଦେଶର ସ୍ୱତନ୍ତ୍ର ଶିବମନ୍ଦିର ; ଏଠାରେ ଗୋଟିଏ ଶିବ ଲିଙ୍ଗରେ ରହିଛି ଶହଶହ ଶିବଲିଙ୍ଗ

ସୀହୋର : ମଧ୍ୟପ୍ରଦେଶର ସୀହୋର ଜିଲାର ବଡିୟାଖେଡିରେ ଏକ ଦୁର୍ଲ୍ଲଭ ଶିବଲିଙ୍ଗ ଥିବା ମନ୍ଦିର ରହିଛି। ବହୁ ପୁରାତନ କାଳରୁ ରହିଆସିଥିବା ଏହି ଶିବଲିଙ୍ଗର ନିଜସ୍ୱ ଏକ ବିଶେଷ ମହତ୍ତ୍ୱ ରହିଛି। ଗୋଟିଏ ଶିବଲିଙ୍ଗରେ ଏକ ହାଜର ଶିବଲିଙ୍ଗ ସମାହିତ ଥିବା କାରଣରୁ ଏହାକୁ ସହସ୍ରଲିଙ୍ଗମ ବୋଲି କୁହାଯାଏ। କୁହାଯାଏ ସାରା ଭାରତରେ ଏପରି କେବଳ ୩ଟି ଶିବଲିଙ୍ଗ ରହିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ମଧ୍ୟପ୍ରଦେଶର ସୀହୋର ଜିଲାରେ ରହିଛି। ଏହି କାରଣରୁ ଏହି ମନ୍ଦିରର ଖୁବ ବିଶେଷତ୍ୱ ବ୍ୟାପି ରହିଛି। ପ୍ରଦେଶର ଅନେକ ଜିଲାରୁ ଶ୍ରଦ୍ଧାଳୁ ଏହି ଅଦ୍ଭୁତ ଶିବଲିଙ୍ଗର ଦର୍ଶନ ପାଇଁ ମନ୍ଦିରକୁ ଆସିଥାଆନ୍ତି। ଶ୍ରାବଣର ମହାଶିବରାତ୍ରୀରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ। ସାଧାରଣ ଦିନରେ ମଧ୍ୟରେ ଏଠାରେ ଲୋକଙ୍କ ଭିଡ ହୋଇଥାଏ।
ଏହି ଶିବଲିଙ୍ଗ ପ୍ରାୟ ୨୦୦ ବର୍ଷ ପୁରୁଣା। କୁହାଯାଏ ସୀବାନ ନଦୀ ଖନନ ସମୟରେ ଏହି ଶିବଲିଙ୍ଗ ସାମ୍ନାକୁ ଆସିଥିଲା। ଏହି ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତଙ୍କ ମନସ୍କାମନା ପ୍ରଭୁ ମହାଦେବ ପୂରଣ କରିଥାଆନ୍ତି ବୋଲି ମାନ୍ୟତା ରହିଛି। ଏହି ମନ୍ଦିର ସବୁଠାରୁ ପ୍ରାଚୀନ ଶିବାଳୟ ବୋଲି ଖ୍ୟାତି ଅର୍ଜନ କରିଛି।
ମନ୍ଦିରର ପୂଜାରୀଙ୍କ କହିବାନୁଯାୟୀ, ସୀବନ ନଦୀ ଖନନ ସମୟରେ ହିଁ ଏହି ଶିବଲିଙ୍ଗ ସାମ୍ନାକୁ ଆସିଥିଲା। ଏହା ପ୍ରାୟ ୨୦୦ ରୁ ଅଧିକ ବର୍ଷ ପୁରୁଣା। ଶିବରାତ୍ରୀ,ଶ୍ରାବଣରେ ଏଠାରେ ଭକ୍ତଙ୍କ ଅଧିକ ସମାଗମ ହୋଇଥାଏ। ଅନେକ ଦୂରଦୂରାନ୍ତରରୁ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିବା ସହ ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories