ରାଷ୍ଟ୍ରପତିଙ୍କ ବିରୋଧରେ କଂଗ୍ରେସର ବିବୃତି ପ୍ରସଙ୍ଗ; ବିଜେପି କହିଲା ଦେଶକୁ କ୍ଷମା ମାଗନ୍ତୁ ସୋନିଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଉଠିଲାପଡ଼ିଲା ସଂସଦ । କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ଅଶୋଭନୀୟ ମନ୍ତବ୍ୟ ଯୋଗୁ ଆଜି ବିଜେପି ନେତା ମାନେ ଲୋକସଭାରେ ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି । ଏନେଇ ସୋନିଆ ଗାନ୍ଧୀଙ୍କୁ ବିଜେପି ସାଂସଦ ମାନେ କ୍ଷମା ମାଗିବାକୁ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହାକୁ ନେଇ ଗୃହରେ କହିଛନ୍ତି କି ସୋନିଆ ଗାନ୍ଧୀ ଦ୍ରୌପଦୀ ମୁର୍ମୁଙ୍କ ଅପମାନକୁ ଅନୁମୋଦନ କରିଛନ୍ତି । ଦେଶର ସର୍ବୋଚ୍ଚ ଆସନକୁ ଏହା ଅପମାନ ବୋଲି କହିଛନ୍ତି ସ୍ମୃତି ଇରାନୀ । ଗୃହରେ ଏହାକୁ ନେଇ ଉତ୍ତେଜନା ଦେଖାଦେବା ପରେ ଗୃହକୁ ମୁଲତବି କରାଯାଇଛି ।

kalyan agarbati

Comments are closed.