www.samajalive.in
Sunday, December 7, 2025
14.1 C
Bhubaneswar

ଆଇସିଏସସି ଜୋନାଲ ସ୍ତରୀୟ କବାଡି, ଖୋକ ଓ ଭଲୀବଲ ପ୍ରତିଯୋଗିତା

ଗଞ୍ଜାମ  : ଆଇ ସିଏସସି ଜୋନାଲ ସ୍ତରୀୟ କବାଡି, ଖୋକ ଓ ଭଲିବଲ ପ୍ରତିଯୋଗିତା-୨୦୨୨ ସ୍ଥାନୀୟ ଜୟଶ୍ରୀ କେମିକାଲସ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି  । ଏହାକୁ ଗ୍ରାସୀମ ଇଣ୍ଡଷ୍ଟ୍ରିଜ ର ୟୁନିଟ ହେଡ ଶ୍ରୀ ଦିଗବିଜୟ ପାଣ୍ଡେ ଉଦଘାଟନ କରିଥିଲେ  । ଅତିଥି ମାନଙ୍କ ମଧ୍ୟରେ ଫାଈନାନସିଆଲ ର ହେଡ ହରିଶଙ୍କର ଶର୍ମା,ଏଚ ଆଇ ହେଡ ଶ୍ରୀ  ନିରୋଜା ପଟନାୟକ,ସିଏସ୍ ଆର ହେଡ ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି ଓ କର୍ମେଲ ସିନିୟର ସେକେଣ୍ଡାରୀ ପ୍ରିନ୍ସପାଲ ସିଷ୍ଟର ଡୋରଟ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ଜୋନର ଡିପଲ,ସେଣ୍ଟ ସେଣ୍ଟଭିନିସେଣ୍ଟ, ସେଣ୍ଟ ଜସେଫ,କର୍ମେଣ୍ଟ କନଭେଣ୍ଟ ଓ ଜୟଶ୍ରୀ କେମିକାଲସ ସ୍କୁଲର ୧୨୫ ଜଣ ପ୍ରତିଯୋଗି ଭାଗ ନେଇଥିଲେ । ଏହି ପ୍ରତି ଯୋଗିତାରେ ଖୋକ ବାଳିକା ବିଭାଗର ଜୟଶ୍ରୀ ଲେମିକ।ଲସ ଚମ୍ପିୟାନ ହୋଇଥିବା ବେଳେ କର୍ମେଣ୍ଟ କନଭେଣ୍ଟ ରନର୍ସଅପ ହୋଇଥିଲା  । ଏହି ଖେଳକୁ ସ୍କୁଲର କ୍ରୀଡା ଶିକ୍ଷକ ସୁନୀଲ କୁମାର ଦାସ, ବିନାୟକ ହୋତା,ସଞ୍ଜୟ କୁମାର ଦାସ,ପ୍ରସାଦ କୁମାର ନାୟକ,ସନ୍ତୋଷ ବିଶୋଇ,ରଘୁନାଥ ରେଡ୍ଡୀ,ସରୋଜ ପାଢ଼ୀ,ସୋମା ଦାସ,ପରିଚାଳନା କରିଥିଲେ  । ସ୍କୁଲର ଅଧ୍ୟକ୍ଷା  ଜୟଲକ୍ଷ୍ମୀ ମହାନ୍ତି ଏହି କାର୍ୟ୍ୟକ୍ରମକୁ ସୁପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  ଏହି କାର୍ୟ୍ୟ କ୍ରମରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ସହଯୋଗ କରିଥିଲେ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories