www.samajalive.in
Tuesday, December 9, 2025
15.1 C
Bhubaneswar

ନୀଳଗିରିରେ ଦନ୍ତାକୁ ମାରିଲା ଦନ୍ତା !

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଜଙ୍ଗଲରେ ଏକ ଛୁଆ ଦନ୍ତାକୁ ଗୋଟିଏ ବଡ଼ ଦନ୍ତାହାତୀ ଦାନ୍ତରେ ଭୁସି ମାରିଦେବା ଘଟଣା ହଟଚମଟ ସୃଷ୍ଟି କରିଛି । ଝରଣଘାଟି ସେକ୍ସନ ତଥା ଚେମଚଟା ବିଟ୍‍ ଅଧୀନ ଧ’ବାଙ୍କ ଠାରେ ଏକ ଛୁଆ ଦନ୍ତା ହାତୀର ମୃତଦେହକୁ ବନବିଭାଗ କର୍ମଚାରୀମାନେ ବୁଧବାର ଠାବ କରିବା ପରେ ବାଲେଶ୍ୱର ଡିଏଫଓ ଆୟୂଷ ଜୈନ, କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ ଜେନା, ବନପାଳ ପରମାନନ୍ଦ ନାୟକ ପ୍ରମୁଖ ସେଠାରେ ପହଞ୍ଚିଥିଲେ । ଜଙ୍ଗଲରେ ଏକ ଦନ୍ତାହାତୀ ଏହି ଛୁଆ ଦନ୍ତାକୁ ଗୋଡ଼ାଇ ଭୁସି ମାରିଦେଇଛି ବୋଲି ବନବିଭାଗ ପକ୍ଷରୁ କୁହାଯାଉଛି । ସେହିପରି ଘଟଣାସ୍ଥଳରେ ନୀଳଗିରି ପ୍ରାଣୀ ଚିକିତ୍ସାଧୀକାରୀ ଡା. ତପନ ଦ୍ୱିବେଦୀ ମୃତଦେହ ବ୍ୟବଚ୍ଛେଦ କରିବା ପରେ ସେଠାରେ ଶବ ପୋତା ଯାଇଥିଲା । ସୂଚନା ଯେ, ଜଙ୍ଗଲରେ ଭିତରେ କେବଳ ଗୋଟିଏ ହିଁ ଦନ୍ତା ରାଜ୍‍ କରିଥାଏ । ଅନ୍ୟ କେହି ଦନ୍ତାକୁ ଦେଖିଲେ ସେ ତାକୁ ହତ୍ୟା କରିବା ଯୋଜନା ରଚିଥାଏ । କୁଲଡିହା ଜଙ୍ଗଲରେ ଦନ୍ତା ହାତୀର ଏଭଳି ସ୍ୱଭାବର ପୁନଃରାବୃତ୍ତି ଘଟିଛି ବୋଲି ଚର୍ଚ୍ଚା ହେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories