www.samajalive.in
Saturday, December 6, 2025
16.1 C
Bhubaneswar

ଚାନ୍ଦବାଲିରେ ପହଞ୍ଚିଲେ ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଆରଡି; ସାମ୍ଭାବ୍ୟ ଘୂର୍ଣ୍ଣିଝଡ ତିତ୍‍ଲିକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଭଦ୍ରକ ଜିଲାର ତଳିଆ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବାସୀ। ବିଶେଷକରି ତେନ୍ତୁଲିଡିହ, ଘଟପୁର, ଭୂଇଁବୃତ୍ତି, ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ଆଦି ପଞ୍ଚାୟତର ନଈକୂଳିଆ ବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି। ଏହି ପଞ୍ଚାୟତ ଗୁଡିକ ଦେଇ ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀ ପ୍ରବାହିତ ହେଉଥିବାରୁ ନିକଟସ୍ଥ ସମୁଦ୍ର ମୁହାଣରୁ ଆସୁଥିବା ଉଚ୍ଚ ଜୁଆର ଢେଉରେ ଫୁଲିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଚାନ୍ଦବାଲି ତହସିଲ ପକ୍ଷରୁ ସୁଚନା ମିଳିଛି। ନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆରଡି ଆର.ଆଇ ଦେବାଶୀଷ ରାୟ ପ୍ରକାଶ କରିଛନ୍ତି। ଏପରିକି ଜିଲା ପ୍ରଶାସନ ପରାମର୍ଶ କ୍ରମେ ଏନଡିଆରଏଫ ଟିମ ସଂଧ୍ୟାରେ ଚାନ୍ଦବାଲିରେ  ପହଁଚିଛନ୍ତି। ତାହାସହ ମଟର ଚାଳିତ ବୋଟ, ଏମରଞିସ ଲାଇଟ, କଟର ମେସିନ ଆଦି ରଖା ଯାଇଛି । ଗତ ସୋମବାର ଅମାବାସ୍ୟା ତିଥି ଯାଇଥିବା ବେଳେ ଏବେ ସାମୁଦ୍ରିକ ଝଡ ଯୋଗୁଁ ଦୀର୍ଘ ୩/୪ଦିନ ଯାଏଁ ସମୁଦ୍ରରୁ ଉଚ୍ଚ ଜୁଆର ଢେଉ ଉଠିବ ବୋଲି ପୁରୁଖା ଲୋକମାନେ ପ୍ରକାଶ କରିଛନ୍ତି। ଏପରିକି ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀର ନଦୀର ଷାଠିବାଙ୍କୁଡା ସମେତ ଦୋହରାପାଟାଣା, ପାଲଟପୁର, ଶୀତଳପୁର, ମୁଆଁ ଆଦି ୬ଟି ସ୍ଥାନରେ ନଦୀବନ୍ଧ ଅତି ଦୃବଳ ରହିଥିବାରୁ ନଈକୂଳିଆବାସୀଙ୍କୁ ଭୟଭିତ କରିଛି। ତାହାସହ ବୁଧବାର ଦିନତମାମ ଆକାଶ ମେଘାଛନ ରହିବା ସହ ତୁହାକୁ ତୁହା ବର୍ଷା ଲାଗି ରହିବା ଦ୍ୱାରା ତଳିଆ ଅଞ୍ଚଳର ଲୋକନାଙ୍କ ମଧ୍ୟରେ ଛନକା ପଶି ଯାଇଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲା ଭଦ୍ରକ ଓ କେନ୍ଦ୍ରାପଡା ଜିଲାର ଏହି ଅଞ୍ଚଳ ସୀମାନ୍ତବର୍ତ୍ତୀ ହୋଇଥିବାରୁ ସାମ୍ଭାବ୍ୟ ଘୂର୍ଣ୍ଣିଝଡ ହେଲେ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories