www.samajalive.in
Friday, December 5, 2025
26.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ଏମ.ଜେ.ଆକବରଙ୍କ ବିରୋଧରେ ଆଉ ଏକ ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ : ମହିଳାମାନଙ୍କ ପ୍ରତି ହେଉଥିବା ଯୌନଶୋଷଣର ବିରୋଧ କରି ଏକ ବର୍ଷ ପୂର୍ବେ ଆମେରିକାରେ ଆରମ୍ଭ ହୋଇଥିବା ମି ଠୁ ଅଭିଯାନ ଭାରତରରେ ବଢିବାକୁ ଲାଗିଛି। ଏହି ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଏମ୍‍. ଜେ. ଆକବର ଛନ୍ଦି ହୋଇଯାଇଛନ୍ତି। ତିନିଜଣ ମହିଳା ସାମ୍ବାଦିକଙ୍କ ଅଭିଯୋଗ ପରେ ବୁଧବାର ଅନ୍ୟଜଣେ ମହିଳା ସାମ୍ବାଦିକ ଗଜଲା ବାହାବ ମଧ୍ୟ ଆକବରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କେନ୍ଦ୍ରମନ୍ତ୍ରୀ ଆକବରଙ୍କ ବିରୋଧରେ ଲଗାତାର ଅଭିଯୋଗ ଆସୁଥିବାରୁ କଂଗ୍ରେସ ଆକବରଙ୍କ ଇସ୍ତପା ଦାବି କରିଛି। ଏହି ଅଭିଯୋଗରେ ଗଜଲା ବାହାବ କହିଛନ୍ତି, ୧୯୯୪ରେ ‘ଦ ଏସିଆନ ଏଜ୍‍’ ନାମକ ଇଂରାଜୀ ଖବରକାଗଜରେ କାର୍ଯ୍ୟକରୁଥିବା ସମୟରେ ଏମ.ଜେ. ଆକବର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଆକବରଙ୍କ ଲେଖାରେ ମୁ ପ୍ରଭାବିତ ହୋଇ ସାମ୍ବାଦିକ ହେବା ପାଇଁ ଚେଷ୍ଟା କରୁଥିଲି ବୋଲି ଗଜଲା କହିଥିଲେ। ୧୯୯୭ ମସିହାରେ ସେ ୬ମାସ ଧରି ତାଙ୍କ ସହ କାମ କରିବା ସମୟରେ ଆକବର ତାଙ୍କ କ୍ୟାବିନକୁ ଡାକି ଖରାପ ବ୍ୟବହାର କରୁଥିଲେ। ଏହା ପୂର୍ବରୁ ଏମ.ଜେ ଆକବରଙ୍କ ବିରୋଧରେ ବରିଷ୍ଠ ସାମ୍ବାଦିକା ପ୍ରିୟା ରମାନି, ସୁମା ରାହା ଓ ଲେଖିକା ପ୍ରେରଣା ସିଂହ ବିନ୍ଦ୍ରା ଆକବରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ଏ ସମ୍ପର୍କରେ ମୁହଁ ଖୋଲିନାହିଁ। ଏସମ୍ପର୍କରେ ବିଜେପିର ଚୁପରହିବାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories