www.samajalive.in
Saturday, December 13, 2025
26.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜ +୨ ବିଜ୍ଞାନରେ ୯୦.୯୯% ଫଳାଫଳ

ଆଠଗଡ଼: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଛି। ଆଠଗଡ଼ସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜ ବିଜ୍ଞାନ ବିଭାଗରେ ୧୧୧ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦୧ଜଣ ଅର୍ଥାତ୍‍ ୯୦.୯୯ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରୀ ଦେବସ୍ମିତା ତ୍ରିପାଠୀ ମୋଟ ୬୦୦ନମ୍ବରରୁ ୫୨୫ରଖି କଲେଜ ଟପ୍ପର ହୋଇଥିବା ଜଣାପଡଛି। ବିଜ୍ଞାନରେ କୃତକାର୍ଯ୍ୟ ହୋଇଥିବା ୧୦୧ଜଣଙ୍କ ମଧ୍ୟରୁ ୫୮ଜଣ ପ୍ରଥମ ଶ୍ରେଣୀରେ, ୩୧ଜଣ ୨ୟ ଶ୍ରେଣୀରେ ଓ ୧୨ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୦ଜଣ ପରୀକ୍ଷାର୍ଥୀ ଅକୃତକାର୍ଯ୍ୟ ହୋଇଥିବା କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ସୁତ୍ରରୁ ପ୍ରକାଶ। ସେହିପରି +୨ ବାଣିଜ୍ୟରେ ୨୦ଜଣ ଫର୍ମ ଫିଲଅପ କରିଥିବାବେଳେ ୧୯ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତେ କୃତକାର୍ଯ୍ୟ ହୋଇଥିବାବେଳେ ଛାତ୍ରୀ ସୁଭଦ୍ରା ରାଉତ ୪୮୩ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ସଫଳତା ପାଇଥିବା ୧୯ଜଣଙ୍କ ମଧ୍ୟରୁ ୯ଜଣ ପ୍ରଥମ ଶ୍ରେଣୀରେ ୭ଜଣ ୨ୟ ଶ୍ରେଣୀରେ ଓ ୩ଜଣ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories