www.samajalive.in
Sunday, December 14, 2025
26.1 C
Bhubaneswar

ହଙ୍ଗର ପ୍ରକଳ୍ପ ପକ୍ଷରୁ ଆର୍ଥିକ ପରିଚାଳନା କର୍ମଶାଳା

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ପଂଚାୟତ ସଭାଗୃହରେ ଦୁଇଦିନିଆ ଆର୍ଥିକ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଛି। ହଙ୍ଗର ପ୍ରକଳ୍ପ ପକ୍ଷରୁ ଘଟଗାଁ ବ୍ଲକ ସଂଯୋଜକା ସୁମତୀ ପିଲା ଓ ପାଟଣା ବ୍ଲକ୍ ସଂଯୋଜକ ମିତ୍ରଭାନୁ ମହାନ୍ତଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାରେ ହଙ୍ଗର ପ୍ରକଳ୍ପର ରାଜ୍ୟ ସଂଯୋଜକ ସୁକାନ୍ତି କୁମାର ମହାପାତ୍ର ଓ ମାନସୀ ରାଉତ, ହଙ୍ଗର ପ୍ରକଳ୍ପର ଜିଲ୍ଲା କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଧରିତ୍ରୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଶିକ୍ଷକ ଭାବେ ଘଟଗାଁ ବ୍ଲକର ଅବସରପ୍ରାପ୍ତ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପବନ୍ଧୁ ନାୟକ ଶିବିରାର୍ଥୀ ମାନଙ୍କୁ କେନ୍ଦ୍ରୀୟ ଅର୍ଥ ଅନୁଦାନ, ରାଜ୍ୟ ଅର୍ଥ ଅନୁଦାନ, ମନରେଗା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଉଟି ସାମଗ୍ରୀ, ପଂଚାୟତ ପାଣ୍ଠି, ଗ୍ରାମ ପଂଚାୟତ ଉନ୍ନୟନ ପ୍ରକଳ୍ପ ପଲ୍ଲୀ ସଭା ଓ ଗ୍ରାମ ସଭା ତଥା ହିତାଧିକାରୀଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ପ୍ରଦାନର ଆର୍ଥିକ ଦିଗ ଉପରେ ସବିଶେଷ ତଥ୍ୟଗତ ସୂଚନା ଦେଇଥିଲେ। ଶିବିରରେ ଢେଙ୍କିକୋଟ ସରପଞ୍ଚ ଖଇର ନାଏକ, ମୁକ୍ତାପୁର ସରପଞ୍ଚ ନିରୁପମା ନାୟକ, ଖଣ୍ଟଘର ସରପଞ୍ଚ ବୈଜୟନ୍ତି ନାୟକ ଓ ବଡମସିଣାବିଲ୍ଲା ସରପଞ୍ଚ ଝରଣା ଗିରି, ନାଏବ ସରପଞ୍ଚ ସରୋଜିନୀ ନାଏକ ଓ ୪ଟି ପଂଚାୟତରୁ ମୋଟ ୨୭ ଜଣ ଶିବିରାର୍ଥୀ କାର୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories