www.samajalive.in
Sunday, December 14, 2025
26.1 C
Bhubaneswar

ପିପିଳିଆ ଡିଗ୍ରୀ ମହାବିଦ୍ୟାଳୟରେ ରାଗିଙ୍ଗ ସମିତି ଗଠିତ

ପାଟଣା: ଆଜି ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ଆଣ୍ଟି ରାଗିଙ୍ଗ ପ୍ରତିରୋଧ ସମିତି ଗଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ସଭାରେ ଘଟଗାଁ ତହସିଲଦାର ଜନକ କୁମାର ନାଏକ ସଭାପତିତ୍ୱ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶଙ୍କର୍ଷଣ ବେହେରା ଓ ଢେଙ୍କିକୋଟର ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ତରଣୀସେନ ବାଗ ଓ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଯୋଗଦେଇ ପିଲାମାନଙ୍କୁ ସୁସ୍ଥ ଓ ନିରାପଦ ଶୈକ୍ଷିକ ବାତାବରଣ ବିଷୟରେ ଆଲୋକପାତ କରିଥିଲେ।

ଲକ୍ଷ୍ମୀ ନାରାୟଣ ଯୁକ୍ତ ଦୁଇ ବିଦ୍ୟାଳୟ ଅଧ୍ୟକ୍ଷ ତଥା ଏହି ସଭାର ସମ୍ମାନୀତ ଅତିଥି ନିରାକାର ସ୍ୱାଇଁ ପିଲାମାନଙ୍କୁ ମାନସିକ ସ୍ତରରେ ସୁଦୃଢ଼ ହେବାକୁ ଉପଦେଶ ଦେଇଥିଲେ। ରାଗିଙ୍ଗ ପ୍ରତିରୋଧ ସମିତିରେ ଘଟଗାଁ ତହସିଲଦାର ଜନକ କୁମାର ନାଏକ, ସମ୍ମାନୀତ ଅତିଥି ଶଙ୍କର୍ଷଣ ବେହେରା, ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ତରଣୀସେନ ବାଗ, ଲକ୍ଷ୍ମୀନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୈତାରୀ ମହାନ୍ତ, ଅଧ୍ୟାପକ ମନୋରଞ୍ଜନ ପଲେଇ, ଅଧ୍ୟାପିକା ସ୍ମରଣିକା ବାରିକ୍, ରଶ୍ମିତା ସାହୁ, ଚନ୍ଦ୍ରିକା ମହାନ୍ତ, ଅଧ୍ୟାପକ ଡ଼ ତ୍ରିଲୋଚନ ପଣ୍ଡା, ପଙ୍କଜ ତ୍ରୀପାଠୀ ଓ ସମାଜସେବୀ ତଥା ସାହିତ୍ୟିକ ନୃସିଙ୍ଘ ନାଥ ସିଂହ ଓ ୪ଜଣ ଛାତ୍ରଛାତ୍ରୀଙ୍କ ପ୍ରତିନିଧିଙ୍କୁ ନେଇ ଗଠନ କରାଗଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories