www.samajalive.in
Sunday, December 14, 2025
19.1 C
Bhubaneswar

ସମସ୍ୟା ମଧ୍ୟରେ ଅତାବିରା ମହାବିଦ୍ୟାଳୟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୧ରେ ରହିଛି ଅତାବିରା ମହାବିଦ୍ୟାଳୟ। ଅଞ୍ଚକର ଏକ ପୁରୁଣା ମହାବିଦ୍ୟାଳୟ ହିସାବରେ ପ୍ରାୟ ଏଠାକାର ୯୫ ପ୍ରତିଶତ ଲୋକ ଏଠି ପାଠପଢି ମଣିଷ ହୋଇଛନ୍ତି। କିନ୍ତୁ ଆଜି ତାର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଏହି ମହାବିଦ୍ୟାଳୟଟି ନା ନିଜର ସୁରକ୍ଷା କରିପାରୁଛି ନା ତାର ଆଦରର ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ଦେଇପାରୁଛି। ତିନି ପାଖରେ ଥିବା ପାଚେରୀ ଭାଙ୍ଗିଯାଇ ଖୋଲା ହୋଇ ପଡ଼ିଛି। ଗାଈ ଗୋରୁଙ୍କ ସହ ପଶୁ ମନୋବୃତ୍ତି ଥିବା ମଣିଷ ବି ଅନାୟlସରେ ପଶି ଆସୁଛନ୍ତି ଭିତରକୁ। ଛାତ୍ରୀମାନଙ୍କ ସୁବିଧା ପାଇଁ ଛାତ୍ରୀ ନିବାସ ତିଆରି ହୋଇଥିଲା। ଦୂର ଦୁରାନ୍ତର ଗ୍ରାମମାନଙ୍କରୁ ଝିଅ ମାନେ ଯିବା ଆସିବା କରିବାରେ ଅନେକ ପ୍ରକାର ସମସ୍ୟା ରହୁଥିଲା। ତାକୁ ଦୃଷ୍ଟିରେ ରଖି ଛାତ୍ରୀ ନିବାସ କରାଯାଇଥିଲା। କିନ୍ତୁ ଆଜି ସେହି ଛାତ୍ରୀ ନିବାସ ସୁରକ୍ଷା ବଳୟ ଭିତରେ ନାହିଁ। ଏମିତି କି ଛlତ୍ରଛାତ୍ରୀମାନେ ପଢୁଥିବା ଶ୍ରେଣୀ କୋଠରୀ ଗୁଡ଼ିକର ଅବସ୍ଥା ବି ବଦଳେଇବାର ଆବଶ୍ୟକତା ରହିଛି।

୧୯୮୧ ମସିହାରେ ନିର୍ମିତ ଏହି ଆଜବେଷ୍ଟସ ଛାତ ଗୁଡ଼ିକ ଭାଙ୍ଗିଯାଇ ଅଳ୍ପ ବର୍ଷା ହେଲେ କୋଠରୀ ଭିତରେ ପାଣିର ଧାର ବହୁଛି। କାନ୍ଥ ଗୁଡ଼ିକ ମଧ୍ୟ ଆଉ ଭାର ସମ୍ଭାଳିବା ଅବସ୍ଥାରେ ନାହିଁ। ସ୍ଥାନେ ସ୍ଥାନେ ଫାଟ ହୋଇ ସୂଚାଇ ଦେଉଛି କେଉଁ ମୁହୂର୍ତ୍ତରେ ଟଳି ପଡ଼ିବ। ପିଳର ଗୁଡ଼ିକ ମଧ୍ୟ ପୁରୁଣା ହୋଇ ନଇଁ ଗଲାଣି। ଏହା ସହ ସାଧାରଣ ଅଧ୍ୟାପକ କକ୍ଷ, କାର୍ଯ୍ୟାଳୟ, ପରୀକ୍ଷା ବିଭାଗୀୟ ହଲ, ଏସଏଏମଏସ କେନ୍ଦ୍ର, ଛାତ୍ରୀ ଓ ଛାତ୍ରଙ୍କ ସାଧାରଣ କକ୍ଷ ସବୁ ଆଜବେଷ୍ଟସ ନିର୍ମିତ ଛାତ ଗୁଡ଼ିକ ଭଙ୍ଗା ଅବସ୍ଥାକୁ ଆସିଯାଇଛି। ଏମିତି ଅବସ୍ଥାରେ ଥାଇ ମଧ୍ୟ ଏହି ବିଦ୍ୟାଳୟର ଗୁଣାତ୍ମକ ମାନ କମିନାହିଁ। ଚଳିତ ବର୍ଷ +୨ବିଜ୍ଞାନ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭବିକାମାନଙ୍କ ପାଇଁ ଆସ୍ଥା ଭାଜନ ହୋଇ ପାରିଛି। ତଥାପି ଏହି ମହାବିଦ୍ୟାଳୟ ପ୍ରତି ଦୃଷ୍ଟି ପଡୁନି କାହାରି। ବିଭିନ୍ନ ବିଭାଗୀୟ ଅଧିକାରୀ ଆସି ଦେଖିଯାଉଛନ୍ତି ଏହି ମହାବିଦ୍ୟାଳୟର ସମସ୍ୟାକୁ। ତେବେ ଜିଲ୍ଲା ପ୍ରଶାସନ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଉଚ୍ଚ ଶିକ୍ଷା ବିଭାଗ ତଥା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ଅଞ୍ଚଳରେ ଦାବି ହେଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories