www.samajalive.in
Sunday, December 14, 2025
14.1 C
Bhubaneswar

୩ୟ ଦିନିକିଆ ଆଜି; ୩-୦ ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌: ଏହି ୱେଷ୍ଟଇଣ୍ଡିଜ୍ ଦଳ ଘରୋଇମାଟିରେ ବାଂଲାଦେଶ ପରି ଦଳ ବିପକ୍ଷରେ ୩ଟିଯାକ ଦିନିକିଆରେ ୨ ଶହ ରନ୍‌ ମଧ୍ୟ କରି ପାରିନଥିଲା । ହେଲେ ଭାରତ ବିପକ୍ଷ ଗତ ୨ଟି ଦିନିକିଆରେ ଏହା ୩୦୦ ରନ୍‌ ପାର କରି ପାରିଥିଲା । ଉଭୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ବିଜୟର ଖୁବ୍ ନିକଟତର ହୋଇଥିଲା । ହେଲେ ଶେଷ ଓଭରରେ ଏହା ପରାସ୍ତ ହୋଇଥିଲା । ଫଳରେ ୨-୦ରେ ଆଗୁଆ ରହି ଭାରତ ଶୃଙ୍ଖଳା ହାତେଇ ସାରିଛି ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ୧୨ଟି ଏବଂ ୱେଷ୍ଟଇଣ୍ଡିଜ୍‌ ମାଟିରେ କ୍ରମାଗତ ୫ମ ଦିନିକିଆ ଶୃଙ୍ଖଳା ଭାରତ ଜିତିଛି । ଏବେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ କ୍ରମାଗତ ୨ୟ ଦିନିିକିଆ ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଛି । ଅନ୍ୟପକ୍ଷରେ ଲଢ଼ୁଆ ପ୍ରଦର୍ଶନକୁ ସାନ୍ତ୍ବନାମୂଳକ ବିଜୟ ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ୍‌ ଦଳ ରହିଛି। ପ୍ରଥମ ମ୍ୟାଚ୍‌ରେ ମହମ୍ମଦ ସିରାଜ୍‌ଙ୍କ ବୋଲିଂ ଇଣ୍ଡିଜ୍‌କୁ ବିଜୟରୁ ବଞ୍ଚିତ କରିଥିବା ବେଳେ ୨ୟ ମ୍ୟାଚ୍‌ରେ ଅକ୍ଷର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ଇଣ୍ଡିଜ୍‌ଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା।

- Advertisement -

ଭାରତ ଶୃଙ୍ଖଳା ଜିତିଥିଲେ ହେଁ ମଧ୍ୟକ୍ରମ ବ୍ୟାଟିଂ ଏବେ ମଧ୍ୟ ଚିନ୍ତାର ବିଷୟ ରହିଛି। ପ୍ରଥମ ମ୍ୟାଚ୍‌ରେ ୧୧ରୁ ୪୦ ଓଭର ମଧ୍ୟରେ ଭାରତ ୧୭୫ ରନ୍‌କରି ୪ଟି ୱିକେଟ ହରାଇଥିବା ବେଳେ ୨ୟ ମ୍ୟାଚ୍‌ରେ ଏହି ସମୟରେ ଭାରତ ୧୭୦ ରନ୍‌କରି ୫ଟି ୱିକେଟ ହରାଇଥିଲା। ସୂର୍ଯ୍ୟକୁମାର ଯାଦବ ଓ ଦୀପକ ହୁଡାଙ୍କୁ ଛାଡ଼ି ଅନ୍ୟ ସମସ୍ତ ଭାରତୀୟ ବ୍ୟାଟ୍‌ସମ୍ୟାନ ବଡ଼ ସ୍କୋର୍ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ଉଭୟ ମ୍ୟାଚ୍‌ ହାରିଥିଲେ ହେଁ ସେପରି ଖରାପ ପ୍ରଦର୍ଶନ କରିନାହିଁ। ଉଭୟ ମ୍ୟାଚ୍‌ରେ ଏହା ୩୦୦ରୁ ଅଧିକ ରନ୍‌ କରିଥିବା ବେଳେ ନିୟମିତ ଭାବେ ୱିକେଟ ନେଇ ଭାରତ ଉପରେ ଅଙ୍କୁଶ ରଖିପାରିଛି।

ତେବେ ଶେଷଆଡ଼କୁ ତା’ର ବୋଲିଂରେ ଇଣ୍ଡିଜ୍‌କୁ ଉନ୍ନତି ଆଣିବାକୁ ପଡ଼ିବ। ଆଲ୍‌ଜାରି ଜୋସେଫ୍‌ ଉଭୟ ମ୍ୟାଚ୍‌ରେ ଭଲ ବୋଲିଂ କରିଛନ୍ତି। ଜେସନ୍ ହୋଲ୍‌ଡରଙ୍କ ଅନୁପସ୍ଥିତିରେ ଜୋସେଫ୍ ଇଣ୍ଡିଜ୍ ଆକ୍ରମଣର ନେତୃତ୍ବ ନେଇଛନ୍ତି। ଯଦି ହୋଲ୍‌ଡର ସୁସ୍ଥ ହୋଇନଥିବେ; ତେବେ ପେସ୍ ବୋଲର କିମୋ ପଲ୍ ସୁଯୋଗ ପାଇପାରନ୍ତି। ପୁଣି ଯୁବ ବ୍ୟାଟ୍‌ସମ୍ୟାନ୍ କିସି କାର୍ଟିଙ୍କୁ ସମାରା ବ୍ରୁକ୍‌ସଙ୍କ ସ୍ଥାନରେ ଖେଳିବାକୁ ମିଳିପାରେ। ଭାରତ ମହମ୍ମଦ ସିରାଜ୍ ଓ ଆଭେସ୍ ଖାଁଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ଓ ଅର୍ଶଦୀପ ସିଂହଙ୍କୁ ସୁଯୋଗ ଦେଇପାରେ। ପୁଣି ରବୀନ୍ଦ୍ର ଜାଡ଼େଜା ଫିଟ୍‌ ହୋଇଥିଲେ ମ୍ୟାଚ୍ ବିଜେତା ଅକ୍ଷର ପଟେଲଙ୍କ ସ୍ଥାନ ନେଇପାରନ୍ତି।

ଶୁବ୍‌ମାନ ଗିଲ୍‌ ଉଭୟ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିବାରୁ ଈଶାନ୍ କିଷନ କିମ୍ବା ଋତୁରାଜ ଗାଏକ୍‌ୱାଡ୍‌ଙ୍କୁ ସୁଯୋଗ ମିଳିବା ସମ୍ଭାବନା କମ୍‌। ଭାରତ ଯଦି ଅପରିବର୍ତ୍ତିତ ଏକାଦଶ ଖେଳାଏ; ଏଥିରେ ଚକିତ ହେବାର କିଛି ନାହିଁ। କାରଣ ଦଳ ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳିବା ଜାରିରଖିବ ବୋଲି ଅଧିନାୟକ ଶିଖର ଧାୱନ ସୂଚନା ଦେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ଦଳଗତ ଭାବେ ଭଲ ପ୍ରଦର୍ଶନ କରିନଥିଲେ ହେଁ ବ୍ୟକ୍ତିଗତ ଭାବେ ସୈ ହୋପ୍, କାଏଲ୍‌ ମେୟର୍ସ, ନିକୋଲାସ୍ ପୁରନ୍ ପ୍ରଭୃତି ଭଲ ପ୍ରଦର୍ଶନ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories