www.samajalive.in
Sunday, December 14, 2025
14.1 C
Bhubaneswar

ଆହତ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଥିବା ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଭାରତକୁ ବଡ ଝଟ୍‌କା ଲାଗିିଛି। ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡିଛନ୍ତି ସୁନା ପୁଅ ନୀରଜ ଚୋପ୍ରା। ଅଲିମ୍ପିକ୍‌ସରେ ସ୍ବର୍ଣ୍ଣ ଓ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପରେ ରୌପ୍ୟ ପଦକ ବିଜୟୀ ହୋଇଥିବା ଭାରତୀୟ ଦୌଡ଼କୁଦ ଜଗତର ମହାଯୋଦ୍ଧା, ବିଶ୍ବ ଜାଭେଲିନର ବାହୁବଳୀ ଭାବେ ପରିଚିତ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତି​‌େ​‌ବ ବୋଲି ସମସ୍ତଙ୍କ ଆଶା ଥିଲା। ହେଲେ ଉକ୍ତ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଖରାପ ଖବର ମିଳିଛି।

ଆମେରିକାର ଓରିଗେନରେ ଆୟୋଜିତ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍‌ର ଫାଇନାଲରେ ନୀରଜ ଆହତ ହୋଇଥିଲେ। ତଥାପି ସେ ୮୮.୧୩ ମିଟର ଜାଭେଲିନ ଥ୍ରୋ​‌ କରି ରୌପ୍ୟ ପଦକ ହାସଲ କରିଥିଲେ। ଫାଇନାଲ ପଯ୍ୟାୟ ସମୟରେ ସେ ଜଙ୍ଘ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ। ଜଙ୍ଘ ଟାଇଟ୍‌ ହୋଇଯିବାରୁ ସେ ୫ମ ଓ ୬ଷ୍ଠ ଉଦ୍ୟମକୁ ମଧ୍ୟ ସଠିକ୍‌ ଭାବେ ଥ୍ରୋ କରିପାରିନଥିଲେ। ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍‌ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଏହି ସମୟରେ ତାଙ୍କ ଆହତ ସମସ୍ୟା ଜଟିଳ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ନୀରଜ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡିଥିବା ନେଇ ଭାରତୀୟ ଅଲିମ୍ପିକ୍‌ସ ସଂଘ ସମ୍ପାଦକ ରାଜୀବ ମେହେଟା ସୂଚନା ଦେଇଛନ୍ତି। ସୋମବାର ନୀରଜଙ୍କ ଏମ୍‌ଆରଆଇ କରାଯାଇଥିଲା।

- Advertisement -

ଏହା ପରେ ବାୟୋମେକାନିକ୍‌ ବିଶେଷଜ୍ଞ ଡ. କାଲୁସ ବୋରଟୋନାଇଜ୍‌ ଓ ଫିଜିଓ ଇଶାନ ମାରୱାହା ନୀରଜଙ୍କୁ ଏକ ମାସ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଜାଭେଲିନର ଯାଦୁକର ମହାନାୟକ ନୀରଜ ଟୋକିଓ ଅଲିମ୍ପିକ୍‌ସ ପରେ ବିଶ୍ବ ଦୌଡକୁଦ ଚମ୍ପିଆନସିପ୍‌ରେ ନୂଆ ଇତିହାସ ରଚିଥିଲେ। । ପ୍ରଥମ ଭାରତୀୟ ପୁରୁଷ ଆଥ୍‌ଲେଟ୍‌ ଭାବେ ନୀରଜ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଏଥି ସହିତ ଭାରତ ୧୯ ବର୍ଷ ପରେ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପରେ ଦ୍ବିତୀୟ ପଦକ ହାସଲ କରିବାରେ ସଫଳ ହୋଇଥିଲା। ଜାଭେଲିନ ଥ୍ରୋ ଫାଇନାଲ ପର୍ଯ୍ୟାୟ ପ୍ରତିଯୋଗିତାରେ ନୀରଜ ୪ର୍ଥ ପ୍ରୟାସରେ ୮୮.୧୩ ମିଟର ଦୂରତ୍ବକୁ ଜାଭେଲିନ ଥ୍ରୋ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ହାସଲ କରିଥିଲେ। ଆହତ ପାଇଁ ୫ମ ଓ ୬ଷ୍ଠ ପ୍ରୟାସକୁ ସଠିକଭାବେ ଥ୍ରୋ କରିପାରିନଥିଲେ। ପୂର୍ବରୁ ୨୦୨୦ ଟୋକିଓ ଅଲିମ୍ପିକ୍‌ସରେ ମଧ୍ୟ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ତଳିପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ଜଙ୍ଘ କଠିନତା ହୋଇଥିଲା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories