www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣା ବିଜେପିରେ ମାଳ ମାଳ ଟିକେଟ ଆଶାୟୀ, ଗୋଷ୍ଠୀ ବିବାଦ ଦଳକୁ କାଳ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେପିର ଦୃଢ଼ ସଂଗଠନ ରହିଛି। ପୁର୍ବତନ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ହୁଅନ୍ତୁ କି ଏବେର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ହୁଅନ୍ତୁ ଏହି ଦୁଇଜଣ ଏହି ନିର୍ବାଚନ ମଣ୍ଡଳୀର ସ୍ଥାୟୀ ବାସିନ୍ଦା। ଏହା ସତ୍ତ୍ବେ ଗତ ସାଧାରଣ ନିର୍ବାଚନରେ ବିଦ୍ରୋହୀ ବିଜେପି ପ୍ରାର୍ଥୀ ସ୍ଵାଧୀନ ଭାବେ ଯେତିକି ଭୋଟ ପାଇଲେ ସେତିକି ଭୋଟ ବିଜେପି ଖାତାକୁ ଯାଇଥିଲେ ଏଠାରେ ବିଜେପି ବିଜୟ ହାସଲ କରିଥାନ୍ତା। ଏହା ସତ୍ତ୍ବେ ବିଧାନସଭା ନିର୍ବାଚନର ପରାଜୟକୁ ବିଜେପି କିଛି ଶିକ୍ଷାଲାଭ କଲାନାହିଁ। ଏପରିକି ପଂଚାୟତ ନିର୍ବାଚନରେ ଖୋଦ ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କୁ ଦଳୀୟ ବିଦ୍ରୋହୀ ପ୍ରାର୍ଥୀ ହିଁ ପରାଜୟର କାରଣ ହୋଇଗଲେ। ଏଭଳି ସ୍ଥିତିରେ ଦଳଭିତରେ ଏକାଧିକ ଗୋଷ୍ଠୀ ଏବେ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି।

ଦଳ ରବିବାର ଦିଲ୍ଲୀରେ ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ବୈଠକ କରିଥିବା ବେଳେ ପାଟଣା ଅଞ୍ଚଳରେ ଗୋଟିଏ ବ୍ଲକରେ ବିଜେପିର ଦୁଇ ଦୁଇଟି କାର୍ଯକ୍ରମ ସହ ଟିକେଟ ଆଶାୟୀମାନଙ୍କ ଦ୍ଵାରା ପୃଥକ ପୃଥକ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ବିଜୟ ଦିବସ ପାଳନ କରୁଛି। ପାଟଣା ନିର୍ବାଚନ ମଣ୍ଡଳୀରେ ଦେଶର ବୃହତ୍ତମ ରାଜନୈତିକ ଦଳ ପାଲଟିଥିବା ବିଜେପିର ପରାଜୟ ମୁହଁ ଦେଖିବା ଅଭ୍ୟାସରେ ପରିଣତି ହୋଇଗଲାଣି। ପାଟଣାରେ ଗତ ୨୦୧୯ ବିଧାନସଭା ପ୍ରାର୍ଥୀ ଭାବେ ଭବାନୀ ଶଙ୍କର ନାଏକ ଦଳ ଛାଡ଼ିବା ପରେ ଏବେ ଦଳ ମଧ୍ୟରେ ପାଟଣା ବିଧାନସଭା ଆସନରୁ ୨୦୨୪ରେ ପ୍ରାର୍ଥୀ ହେବାକୁ ମଇଦାନରେ ମାଳମାଳ ଆଶାୟୀ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳୁଛି। ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ଓ ନାରୀ ନେତ୍ରୀ ଦାଶମତି ଚାତାରଙ୍କ ସହ ସତ୍ୟବ୍ରତ ନାଏକ ପୁର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଗୌରହରି ନାଏକଙ୍କ ଶାଳକ ଗୌତମ ନାଏକ, ଗତଥର ସ୍ଵାଧୀନ ପ୍ରାର୍ଥୀ ହୋଇଥିବା ଅଖିଳ ଚନ୍ଦ୍ର ନାଏକ, ପୁର୍ବତନ ଖିରେଇଟାଙ୍ଗୀରୀ ସରପଞ୍ଚ ବନଜ କୁମାର ନାଏକ, ଉଖୁଣ୍ଡା ଅଞ୍ଚଳର ଯୁବ ନେତା ପ୍ରବୀର ନାଏକ ପ୍ରମୁଖ ଏବେ ଟିକେଟ ଚର୍ଚ୍ଚାରେ ଥିବା ଜଣାପଡିଛି। ଏପରିକି ପୁର୍ବତନ ସାଂସଦ ତଥା ଏବେ ଜାତୀୟ ଜନଜାତି କମିଶନ ସଦସ୍ୟ ଥିବା ଅନନ୍ତ ନାୟକ କୁଆଡେ ପାଟଣାରୁ ୨୦୨୪ ପ୍ରାର୍ଥୀ ବୋଲି ମଧ୍ୟ କେତେକ ଦଳୀୟ ନେତା ଚର୍ଚ୍ଚା ଚଳାଇଛନ୍ତି। ଚର୍ଚ୍ଚାରେ ଥିବା ଉପରୋକ୍ତ ଦଳୀୟ ନେତା ନେତ୍ରୀମାନେ ନିଜ ନିଜ କ୍ଷେତ୍ରରେ ଦଳ ପାଇଁ କାମ କରୁଥିବାରୁ ସେମାନଙ୍କର ମଧ୍ୟ ସଂଗଠନ ରହିଛି। ଆଗାମୀ ସାଧାରଣ ନିର୍ବାଚନ ବେଳକୁ ଯଦି ଦଳୀୟ ବିଦ୍ରୋହୀ ବାହାରନ୍ତି ତେବେ ଏହା ପୁରୁଣା ପାଠର ଆଲୋଚନା ଭଳି ସ୍ଥିତି ସୁଷ୍ଟି କରିବ ବୋଲି ଦଳୀୟ କର୍ମୀମାନେ ଆଲୋଚନା କରୁଛନ୍ତି। ତେବେ ଉଖୁଣ୍ଡା ଅଞ୍ଚଳର ପ୍ରବୀର ନାଏକ କହିଛନ୍ତି ଯେ ଦଳ ଯାହାକୁ ଟିକେଟ ଦେବ ସେ ତାଙ୍କୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରିବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories