www.samajalive.in
Sunday, December 14, 2025
15.1 C
Bhubaneswar

ଓସ୍ତିଆ ଗ୍ରାମପଞ୍ଚାୟତରେ ମେଧା ସମ୍ମାନ ପ୍ରଦାନ

ବାଙ୍କୀ: ଚଳିତ ବର୍ଷ ୨୦୨୨ ୧୦ମ ବୋର୍ଡ ପରୀକ୍ଷାରେ ଓସ୍ତିଆ ଗ୍ରାମପଞ୍ଚାୟତରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଗ୍ରାମପଞ୍ଚାୟତ ପକ୍ଷରୁ ମେଧାବୀ ସମ୍ମାନ-୨୦୨୨ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଭାବରେ ଆୟୋଜିତ ତଥା ସରପଞ୍ଚ ଆର୍ତ୍ତବନ୍ଧୁ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ସମ୍ମାନିତ ଅତିଥି ଭାବରେ କନ୍ତପହଁରା ସରପଞ୍ଚ ତଥା ଅଞ୍ଚଳର ବରିଷ୍ଠ ବିଜେଡି ନେତା ଗତିକୃଷ୍ଣ ସ୍ୱାଇଁ, କଟକ ଜିଲା ଯୁବ ବିଜେଡି ସଭାପତି ସ୍ମୃତିରଞ୍ଜନ ନାୟକ, ଜିଲା ପରିଷଦ ସଦସ୍ୟ ରଶ୍ମିରେଖା ପଣ୍ଡା, ବାଙ୍କୀ ବ୍ଲକ ଯୁବ ବିଜେଡି ସଭାପତି ସୁବାଷ ସ୍ୱାଇଁ ପ୍ରମୁଖ ଯୋଗଦେଇ ସଫଳତାର ସହ କୃତୀତ୍ୱ ଅର୍ଜନ କରିଥିବା ମେଧାବୀ ଛାତ୍ର ଛାତ୍ରୀଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ ଚଳିତ ବର୍ଷର ଓସ୍ତିଆ ଗ୍ରାମପଞ୍ଚାୟତ ହାଇସ୍କୁଲର ସ୍ୱୟଂପ୍ରଭା ମନ୍ତ୍ରୀ, ଅଶୁତୋଷ ପ୍ରସାଦ ରାଉତ, କୌଶିକ ପ୍ରସାଦ ରାଉତ, ପ୍ରଜ୍ଞାରାଣୀ ସାହୁ, ସୁବ୍ରତ ହାତୀ, ବୈଶାଖୀ ପାଇକରାୟ,ଏସ ଶୁଭାଶିଷ, ଆଦିତ୍ୟ ରଞ୍ଜନ ରାଉତ, ରଞ୍ଜିତା ସାହୁ, ଜ୍ୟୋତିପ୍ରକାଶ ସାହୁ, ଆକାଶ କୁମାର ନାୟକ, ସୁଭଶ୍ରୀ ରାଉତ ଏବଂ ଏହି ପଞ୍ଚାୟତର ପଡୋଶୀ କନ୍ଦରପୁର ହାଇସ୍କୁଲରେ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଓମପ୍ରକାଶ ପ୍ରଧାନ,ସ୍ୱପ୍ନା ସାହୁ, ସୁନିତା ସାହୁ, ଚିଣ୍ଟୁ ରାଉତ, ଶୁଭଲକ୍ଷ୍ମୀ ସାହୁ, ସସ୍ମିତା ଜେନା, ଅନସ୍ୱୟା ରାଉତ, ମନୀସା ସାହୁ, ଦମୟନ୍ତୀ ରାଉତ, ଆଶୀର୍ବାଦ ସାହୁ, ସିପୁନ ମହାପାତ୍ର, ବିଶ୍ୱରଞ୍ଜନ ସାହୁ, ଲିପି ରାଉତ, ରାଜକିଶୋର ରାଉତ ପ୍ରମୁଖ ୨୬ଜଣଙ୍କୁ ଏହି ଉତ୍ସବରେ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ପଞ୍ଚାୟତକୁ ସୁସ୍ଥ, ସବୁଜ ଓ ସମୃଦ୍ଧ କରିବାରେ ବିଦ୍ୟାର୍ଥି ମାନଙ୍କ ସହଯୋଗ ଜରୁରୀ ବୋଲି ମୁଖ୍ୟଅତିଥି ବକ୍ତବ୍ୟରେ କରିଛନ୍ତି। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଓସ୍ତିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମ୍ବିକା ପ୍ରସାଦ ସାମନ୍ତରାୟ, କନ୍ଦରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ପ୍ରଧାନ, ତରୁଣ କୁମାର ମହାପାତ୍ର ଓ ପୂର୍ବତନ ସରପଞ୍ଚ ମମତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories