www.samajalive.in
Saturday, December 13, 2025
14.1 C
Bhubaneswar

୩ୟ ପର୍ଯ୍ୟାୟ ରୁପାନ୍ତର ବିଦ୍ୟାଳୟ ପାଇଁ ତତ୍ୱାବଧାରକ ବୈଠକ

ବାଙ୍କୀ:ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଦିନ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ କୁଶପଙ୍ଗି ହାଇସ୍କୁଲ,ଡମପଡା ପ୍ରୀତମ କୁମାରୀ ବିଦ୍ୟାମନ୍ଦିର, ଗୋବିନ୍ଦପୁର ଓଡିଶା ଆଦର୍ଶ ବିଦ୍ୟାଳୟ ଓ କୁସୁନ୍ଦା ହାଇସ୍କୁଲ ଠାରେ ଯଥାକ୍ରମେ ରୁପାନ୍ତର ବିଦ୍ୟାଳୟ ନିମନ୍ତେ ତତ୍ୱାବଧାରକମାନଙ୍କ ସହିତ ପ୍ରଶାସିନ ସମନ୍ୱୟ ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ଗୁଡିକ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ୩ୟ ପର୍ଯ୍ୟାୟ ରୁପାନ୍ତର ବିଦ୍ୟାଳୟ ଭାବରେ ସଞ୍ଜୋଗୀକରଣ କରାଯାଇ ଗୁଣାତ୍ମକ ଶିକ୍ଷା ବିକାଶ ସହିତ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡିଛି।

ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କୁଶପଙ୍ଗି ହାଇସ୍ଲୁଲ ପରିସରରେ ଏହି ତତ୍ୱାବଧାରକ ବୈଠକ ଅନୁଷ୍ଠିତ ହୋଇଥିଲା। ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ନୁଚରଣ ସ୍ୱାଇଁ, ଟିସି ନିଶାମଣି ପ୍ରଧାନ, ସ୍ଥାନୀୟ ସରପଞ୍ଚ ନରେଶ କୁମାର ବେଉରା, ସ୍କୁଲ ପରିଚାଳନା କମିଟି ସଭାପତି ମିତା ନାୟକ, ପୁରାତନ ଛାତ୍ର କମିଟି ସମ୍ପାଦକ ହରମୋହନ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଡମପଡା ପ୍ରିତିମ କୁମାରୀ ବିଦ୍ୟାମନ୍ଦିରରେ ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷକ ବିଦ୍ଧେଶ୍ୱର ବେହେରା, ସରପଞ୍ଚ ରୁପାଲି ପରିଜା, କନିଷ୍ଠ ଯନ୍ତ୍ରୀ ମୋନାଲିସା ମଲ୍ଲିକଙ୍କ ସମେତ ବିଦ୍ୟାଳୟର ବହୁ ତତ୍ୱାବଧାରକ ଉପସ୍ଥିତ ଥିଲେ। ଗୋବିନ୍ଦପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ କୁସୁନ୍ଦା ହାଇସ୍କୁଲରେ ଆୟୋଜିତ ତତ୍ୱାବଧାରକ ବୈଠକରେ କନିଷ୍ଠ ଯନ୍ତ୍ରୀ ରାଜଗୋପାଳ ମାରାଣ୍ଡି, ମୋନାଲିସା ମଲ୍ଲିକ, ସରପଞ୍ଚ ଜ୍ୟୋସ୍ନାରାଣୀ ଦାସ, ପୂର୍ବତନ ସରପଞ୍ଚ ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories