www.samajalive.in
Friday, December 12, 2025
17.1 C
Bhubaneswar

ସରଣ୍ଡାଗଡର ୩ ପଞ୍ଚାୟତରେ ଚାରାରୋପଣ କାର୍ଯ୍ୟକ୍ରମ

ବାଙ୍କୀ: ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଙ୍କୀ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସରଣ୍ଡାଗଡ ୩୬ନଂ ଜିଲା ପରିଷଦ ଜୋନର ସୁବର୍ଣ୍ଣପୁର, କଦଳୀବାଡି ଓ ଓସ୍ତିଆ ପଞ୍ଚାୟତରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ +୩ ଅଂଶୁପା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଗୋଟିଏ ଗଛ ଗୋଟିଏ ଜୀବନର ଯୁବ ପିଢୀଙ୍କୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ଅତିଥି ଭାବରେ ଅଂଶୁପା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା,ସରଣ୍ଡା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ସଭାପତି ଶ୍ରୀନିବାସ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ କନ୍ତପହଁରା ସରପଞ୍ଚ ଗତିକୃଷ୍ଣ ସ୍ୱାଇଁ,ଜିଲ୍ଲାପରିଷଦ ସଦସ୍ୟ ରଶ୍ମିରେଖା ପଣ୍ଡା, ଜିଲା ଯୁବ ବିଜେଡି ସମ୍ପାଦକ ତରୁଣ କୁମାର ମହାପାତ୍ର, କଟକ ଜିଲା ଯୁବ ବିଜେଡି ସଭାପତି ସ୍ମୃତିରଞ୍ଜନ ନାୟକ, ଜିଲା ଉପସଭାପତି ସୁସୃତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସ୍ଥାନୀୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଧରଣୀଧର ଜେନା, ଅଧ୍ୟାପିକା ସୁରଜିତା ସ୍ୱାଇଁ, ଅନୁପମା ସାମଲ ପ୍ରମୁଖଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଚାରାରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିଜୁ ଜନତା ଦଳର ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବେଣୁଧର ଦାଶ, ପଞ୍ଚାନନ ସାହୁ, ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ।

- Advertisement -

ପରେ ପରେ ବାଙ୍କୀ ବ୍ଲକ ଯୁବ ବିଜେଡି ସଭାପତି ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ସଞ୍ଚାଳନରେ କଦଳୀବାଡି ପଞ୍ଚାୟତର ରାମଚନ୍ଦ୍ରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ଚିନ୍ମୟୀ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରକାଶ କୁମାର ବେଉରା, ସମିତିସଭ୍ୟ ଫକୀର ମୋହନ ସେଠୀ, ସମାଜସେବୀ ଜିତେନ୍ଦ୍ର କୁମାର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଅନୁରୂପ ଭାବରେ ଓସ୍ତିଆ ପଞ୍ଚାୟତର ଅଂଶୁପା କୂଳରେ ବାଙ୍କୀ ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଛି। ଉପର ସୂଚୀତ ଅତିଥି ମାନଙ୍କ ସହିତ ଓସ୍ତିଆ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା, ପୂର୍ବତନ ସରପଞ୍ଚ ମମତା ବେହେରା ଏବଂ ପଞ୍ଚାୟତ ସ୍ତରୀୟ ଯୁବ ବିଜେଡି କର୍ମୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସରଣ୍ଡାଗଡ ଅନ୍ତର୍ଗତ ଏହି ୩ ପଞ୍ଚାୟତରେ ଯଥାକ୍ରମେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ପଞ୍ଚାୟତର ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀ ଓ ଯୁବ ବିଜେଡିର ସକ୍ରୀୟ ସହଯୋଗରେ କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିବାରୁ ମୁଖ୍ୟ ଅତିଥି ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହାଦ୍ୱାରା ବାଙ୍କୀର ସବୁଜ ଓ ସମୃଦ୍ଧ ବାଙ୍କୀ ଗଠନରେ ଏହି ପ୍ରଚେଷ୍ଟା ସହାୟ ହେବ ବୋଲି ସଂକ୍ଷିପ୍ତ ବକ୍ତବ୍ୟରେ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories