www.samajalive.in
Saturday, December 6, 2025
15.1 C
Bhubaneswar

ତ୍ୱଚା ଚମକାଇବ ଏହି ୨ଟି ସରଳ ଉପାୟ

ସୁନ୍ଦର ତ୍ୱଚା ପାଇଁ ସଭିଏଁ ଇଚ୍ଛୁକ। ଏଥିପାଇଁ କିଛି ଘରୋଇ ଓ ସହଜ ଉପାୟ ରହିଛି,ଯାହା ଦ୍ୱାରା ତ୍ୱଚା ଚମକିବା ସହ ସୁନେଲି ରଙ୍ଗ ଓ ଉଜ୍ଜ୍ୱଳ ହୋଇଥାଏ। ସେଭଳି ଏକ ଜିନିଷ ହେଉଛି ଟମାଟୋ। ଏହା ମୃତ କୋଷିକାକୁ ହଟାଇବା ସହ ସନ୍‍ ଟାନ୍‍ ଦୂର କରିଥାଏ।
ମହୁ ତ୍ୱଚାକୁ ସୁନେଲି ରଙ୍ଗ କରିବା ସହ ଟମାଟୋ ସନ୍‍ ଟାନ୍‍ ଦୂର କରିଥାଏ। ଏକ ଚାମଚ ମହୁରେ ଏକ ଚାମଚ ଟମାଟୋ ରସ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‍ ରଖିବା ପରେ ଧୋଇ ଦିଅନ୍ତୁ।
ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କରନ୍ତୁ।
ଟମାଟୋ ଓ ଅମୃତଭଣ୍ଡାକୁ ମିଶାଇ ଲଗାଇବା ଦ୍ୱାରା ଏହା ବୟସର ପ୍ରଭାବକୁ କମ କରିଥାଏ ଓ ତ୍ୱଚାରୁ ବିିଭିନ୍ନ ଦାଗ ଦୂର କରିଥାଏ।
୨ ଚାମଚ ଟମାଟୋ ରସ ସହ ଅଳ୍ପ ଅମୃତଭଣ୍ଡାକୁ ପେଷି ଏହାକୁ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମୁହଁରେ ଲଗାଇ ୧୫ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ।
ଏହାକୁ ମଧ୍ୟ ସପ୍ତାହକୁ ୨ ଥର ଲଗାଇ ପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories