www.samajalive.in
Saturday, December 6, 2025
23.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଡ଼ାଳିମ୍ବ ଚାହା

ଡ଼ାଳିମ୍ବ ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ। କିନ୍ତୁ ଏହି ଡ଼ାଳିମ୍ବ ଚୋପାରେ ପ୍ରସ୍ତୁତ ହୋଇଥିବା ଚାହା ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଖୁବ ଉପକାରୀ ଅଟେ। ଡ଼ାଳିମ୍ବ ଚୋପାରେ ତିଆରି ଚାହାରେ ବହୁ ମହତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡ଼ାଣ୍ଟ ଥିବାରୁ ହୃଦୟ ସହ ସମ୍ବନ୍ଧୀତ ରୋଗ, କିଛି ପ୍ରକାରର କର୍କଟ ରୋଗରୁ ଦୂର କରିବା ସହ ମୁହଁରେ ବୟସର ପ୍ରଭାବକୁ ମଧ୍ୟ କମ କରିଥାଏ।
ଏପରି ପ୍ରସ୍ତୁତ କରନ୍ତୁ ଡ଼ାଳିମ୍ବ ଚାହା
ପ୍ରଥମେ ଏକ ପାତ୍ରରେ ପାଣି ଗରମ କରନ୍ତୁ । ଏହା ପରେ ଏଥିରେ ଡ଼ାଳିମ୍ବ ଚୋପାର ଗୁଣ୍ଡ (ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ) ମିଶାନ୍ତୁ। କିଛି ସମୟ ଫୁଟାନ୍ତୁ। ଏବେ ଏକ କପକୁ ଏହାକୁ ଛାଣି ଦିଅନ୍ତୁ। ସ୍ୱାଦ ବଢାଇବା ପାଇଁ ଏଥିରେ କିଛି ଲେମ୍ବୁ ରସ ଓ ମହୁ ମିଶାଇ ଦିଅନ୍ତୁ।
ଶରୀର ପାଇଁ ଏହାର ଉପକାରିତା….
ଖାଦ୍ୟ ହଜମ ପାଇଁ ଏହା ଉପକାରୀ
ଡ଼ାଳିମ୍ବ ଚୋପାରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଇଁ ଏଥିରେ ପ୍ରସ୍ତୁତ ଚାହା ବହୁତ ଲାଭଦାୟକ ଅଟେ। ଖାଇବା ପରେ ଏହାକୁ ପିଇଲେ ଖାଦ୍ୟ ଭଲ ଭାବେ ହଜମ ହେବା ସହ ପାଚନ କ୍ରିୟା ଠିକ ଭାବେ କାର୍ଯ୍ୟ କରିଥାଏ।
ତଣ୍ଟି ଗତଗତ ହେବା ଦୂର ହୋଇଥାଏ ….
ବହୁ ସମୟରେ ଗଳାରେ ଖଚଖଚ ବା ଗତଗତ ହୋଇଥାଏ। ଡ଼ାଳିମ୍ବ ଚାହା ପିଇବା ଦ୍ୱାରା ଟନ୍ସିଲ୍‍ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ହୃଦୟ ଜନିତ ସମସ୍ୟା ଦୂର କରିଥାଏ ….
ଏହି ଚାହା ପିଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ହୃଦୟ ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ। ଏହା ଛଡ଼ା ରକ୍ତଚାପ, କୋଲେଷ୍ଟ୍ରଲର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
ବୟସର ପ୍ରଭାବକୁ କମ କରିଥାଏ….
ଏହି ଚାହାରେ ଥିବା ଆଣ୍ଟଅକ୍ସିଡ଼ାଣ୍ଟ ପାଇଁ ବୟସର ପ୍ରଭାବକୁ କମ କରିଥାଏ। ତେଣୁ ଅଧିକ ବୟସ ହେଲେ ମଧ୍ୟ କମ ବୟସ୍କ ଭଳି ଜଣାଯାଇଥାଏ।
ହାତ ଓ ଆଣ୍ଠୁଗଣ୍ଠି କଷ୍ଟ ଦୂର କରେ ….
ଏହା ହାଡ଼କୁ ଶକ୍ତ କରିଥାଏ। ତେଣୁ ଏହାକୁ ପିଇବା ଦ୍ୱାରା ହାତ ଓ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ।
ଏହି ଚାହାକୁ ନିୟମିତ ପିଇବା ଦ୍ୱାରା ବହୁ ପ୍ରକାରର କର୍କଟ ରୋଗରୁ ଶରୀରକୁ ଦୂର କରିଥାଏ। ମୁଖ୍ୟତଃ ଚର୍ମ କର୍କଟରୁ ଶରୀରକୁ ଦୂରରେ ରଖେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories