www.samajalive.in
Saturday, December 6, 2025
15.1 C
Bhubaneswar

ଲକ୍ଷ୍ମୀପୁର ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକରେ ସୋମବାର ଜିଲାପାଳଙ୍କ ଏକ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମହମ୍ମଦ୍ ଅବଦ୍ଦଲ ଅଖତାର ଉପସ୍ଥିତ ରହି ୧୧୭ ଭିନ୍ନ ଭିନ୍ନ ଅଭିଯୋଗ ଶୁଣିଥିଲେ। ଏଥିମଧ୍ୟରେ ୪୩ ବ୍ୟକ୍ତିଗତ ଥିବା ବେଳେ ୭୪ଟି ଅଭିଯୋଗ ଗୁଡିକ ମଧ୍ୟରୁ ସେଗୁଡ଼ିକ ସମାଧାନ କିପରି ହୋଇ ପାରିବ ସେନେଇ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପରାମର୍ଶ କରି ସମାଧାନର ପନ୍ଥା ବାହାର କରିବ। ପାଇଁ ପରାମର୍ଶ ଦେଇଥିଲେ ।
ଏଠାରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ମାଝି,ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଠ ପାଲି,ଜିଲା ସ୍ଵାସ୍ଥ୍ୟ ଅଧିକାରୀ ଅରୁଣ ପାଢି, ଉପ ଲଳିତ ମୋହନ କହଁର,ଏସଡିପିଓ ଅଶ୍ବିନୀ କୁମାର ନାୟକଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ ପ୍ରମୁଖ ମଞ୍ଚାସୀନ ଥିଲେ। ସାଢେ ବାରଟାରେ କାର୍ୟ୍ୟକ୍ରମ ଆରମ୍ଭ ହୋଇ ସାଢେ ଦୁଇଟାରେ ଶେଷ ହୋଇଥିଲା ।
ଅନ୍ୟ ପକ୍ଷରେ ୪୦ ବର୍ଷ ଧରି ନାଲକୋ ଲକ୍ଷ୍ମୀପୁର ଅଞ୍ଚଳରୁ ଖଣି ଖନନ କରି ନେଉଥିଲେ ମଧ୍ୟ ସେଭଳି କୌଣସି ଜନହିତକର କାର୍ୟ୍ୟ ଏପରିକି ପାରିପାର୍ଶ୍ବିକ କାର୍ୟ୍ୟ ହେଉ ନଥିବା ଅଞ୍ଚଳ ବାସୀ ଅଭିଯୋଗ କରିଥିଲେ। ସେହିପରି କାକିରିଗୁମା ଅଞ୍ଚଳରେ କରୋନା ସମୟରେ ଆସିଥିବା ବିଜୁ ପକାଘରରେ ଦୁର୍ନିତି,ବେଦାନ୍ତ ଏଠାରୁ ଖଣି ନେଉଛି କିନ୍ତୁ ବିକାଶ କାର୍ୟ୍ୟ କିଛି ନାହିଁ ,କାକିରିଗୁମା ରାଜସ୍ଵ ବିଭାଗ ତରଫରୁ ଲୋକଙ୍କୁ ଘରବାରି ପଟା ମିଳୁନଥିବା ଆଦି ଅନେକ ଅଭିଯୋଗ ହୋଇଥିଲା।
ସେହିପରି ୟୁଏନ ରାଜୁ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଏକ ହଷ୍ଟେଲ ବ୍ୟବସ୍ଥା କରିବାକୁ ଲକ୍ଷ୍ମୀପୁର ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଲେଖିତ ଭାବେ ଜଣାଇଥିଲେ। ସମସ୍ତ ଅଭିଯୋଗ ଗୁଡିକୁ ଶୁଣି ସେଗୁଡିକ କିପରି କାର୍ୟ୍ୟକାରୀ ହୋଇ ପାରିବ ସେନେଇ ଏଠାରେ ଉପସ୍ଥିତ ଥିବା ଲୋକଙ୍କ ମାନଙ୍କ ସହିତ ଆଲୋଚନା କରିଥିଲେ।
ଏହି ଅବସରରେ ବ୍ଲକ କାର୍ୟ୍ୟାଳୟ ବାହାରେ ବେଦାନ୍ତ ତରଫରୁ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଖୋଲା ଯାଇଥିଲା। ଯ।ହାକୁ ଦେଖି ଏଠାରେ ଉତ୍ତେଜନା ଦେଖା ଦେଇଥିଲା। ଲୋକମାନଙ୍କ ଅଭିଯୋଗ କରିଥିଲେ ଯେ ଆମ ଅଞ୍ଚଳରୁ କମ୍ପାନୀ ମାଟି ନେଉଛି କିନ୍ତୁ ଅଞ୍ଚଳ ପାଇଁ କୌଣସି ଅବଦାନ ନାହିଁ। କେବଳ ଲୋକ ଦେଖାଣିଆ ସ୍ଵାସ୍ଥ୍ୟ ଶିବିର କରି ଲୋକଙ୍କ ମନ ଜିଣିବାକୁ ଆସିଛି। ଡେଙ୍ଗୁ ରୋଗରେ ଯେତେ ବେଳେ ଗ୍ରାମବାସୀ ଆକ୍ରାନ୍ତ ହୋଇଥିଲେ ସେତେବେଳେ କାହିଁକି ମେଡିକାଲ ଟିମର ଦେଖା ନଥିଲା। ଏବେ କୁଆଡେ ଆସିଛ ତୁରନ୍ତ ଶିବିର ବନ୍ଦ କର ବୋଲି ଅଭିଯୋଗ କରିବା ସହିତ ପ୍ରଶ୍ନ କରିଥିଲେ। ଏପରିକି ଏହାକୁ ନେଇ ଉତ୍ତେଜନା ଦେଖାଦେବାରୁ ତାହା ବନ୍ଦ ହୋଇ ଯାଇଥିଲା।
ଶାନ୍ତି ଶୃଙ୍ଖଳା ପାଇଁ ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ଵେତ ପଦ୍ମା ସେଠ୍,ଏସଆଇ ମାନସ ପ୍ରଧାନଙ୍କ ସମେତ ଆଇଆରବି ଯବାନ ମାନେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories