www.samajalive.in
Monday, December 8, 2025
27.1 C
Bhubaneswar

ଟ୍ରାକ୍ଟର ବାଇକ ଧକ୍କା; ଯୁବକ ମୃତ

ପାତ୍ରପୁର: ଟ୍ରାକ୍ଟର ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପାତ୍ରପୁର, ଜରଡା ଗୁଣ୍ଡୁରା ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ସହିତ ବାଇକ ଧକ୍କା ହେବା ଫଳରେ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ବାଇକ ଅରୋହୀଙ୍କ ନାଁ ରୋହିତ ପ୍ରଧାନ (୨୩)  ତାଙ୍କ ଘର ସେରଗଡ଼ ବ୍ଳକ ସାତପେଣ୍ଠ ଗୋପାଳପୁର ଗ୍ରାମରେ ବୋଲି ଜଣାପଡ଼ିଛି । ଯୁବକ ଜଣକ ଏକ ଅର୍ଥ ଲଗାଣକରି ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଆଜି ସଂସ୍ଥାର କାର୍ଯ୍ୟ ପାଇଁ ବାଇକ ଯୋଗେ ଗୁଣ୍ଡୁରା ଯାଇ ଫେରୁଥିବା ସମୟରେ  ରାସ୍ତାର ଏକ ବୁଲାଣି (ମୋଡ଼)ନିକଟରେ ଅପର ପାର୍ଶ୍ୱରୁ ଆସୁଥିବା ଟ୍ରାକ୍ଟର ସହିତ ଧକ୍କା ହୋଇଥିଲା। ଜାହାଫଳରେ ସେ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲେ । ତୁରନ୍ତ ସ୍ଥାନୀୟ ଲୋକମାନେ ପହଞ୍ଚି ତାଙ୍କୁ ଉଦ୍ଧାରକରି ପାତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ଜରଡା ପୁଲିସ ଏସ.ଆଇ ମେଦିନିସ୍ୱର କହଁର ଡାକ୍ତରଖାନାରେ ପହଂଚିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି। ଏନେଇ ଜରଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories