www.samajalive.in
Thursday, December 11, 2025
16.1 C
Bhubaneswar

ନିର୍ମାଣକୁ ପୂରଣ ହୋଇନି ଦୁଇ ବର୍ଷ; ମରାମତି ହେଲାଣି ପିଇଓଙ୍କ କ୍ୱାର୍ଟର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ ଘିଚାମୁରା ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ୱାର୍ଟର ନିର୍ମାଣ ହେବାର ଦୁଇ ବର୍ଷ ନହେଣୁ ମରାମତି ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ କ୍ୱାର୍ଟର ନିର୍ମାଣର ଗୁଣାତ୍ମକ ମାନ ନେଇ ସଚେତନ ନାଗରିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସୂଚନା ଅନୁଯାୟୀ ୨୦୧୯/୨୦ ଆର୍ଥିକ ବର୍ଷରେ ୪ର୍ଥ ଏସ୍‌.ଏଫ୍‌.ସି ପାଣ୍ଠିରୁ ଘିଚାମୁରା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କ୍ୱାର୍ଟର ନିର୍ମାଣ ପାଇଁ ୬ଲକ୍ଷ ୫୦ ହଜରା ଟଙ୍କା ମଞ୍ଜୁର ହୋଇଥିଲା ।

ତେବେ କ୍ଷୋଭର ବିଷୟ ଯେ ନିମ୍ନମାନର ନିର୍ମାଣ କାମ ଯୋଗୁ ସାଢେ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ପଞ୍ଚାୟତ ନିର୍ବାହୀ କ୍ୱାର୍ଟର ନିର୍ମାଣ ହେବାର ୨ବର୍ଷ ନହେଉଣୁ ମରାମତି କରାଯିବାକୁ ପଡୁଛି । ବିଭାଗୀୟ ଯନ୍ତ୍ରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଏଭଳି ନିମ୍ନମାନର କାମ ହୋଇ ସରକାରୀ ଅର୍ଥ ବାଟମାରଣା ହେଉଛି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories