www.samajalive.in
Thursday, December 11, 2025
16.1 C
Bhubaneswar

ଜିଲ୍ଲାପାଳଙ୍କ ଦ୍ୱାରା ଲୋକାର୍ପଣ ହେଲା ଆଦର୍ଶ ବିଦ୍ୟାଳୟ ଓ ବାଳିକା ହଷ୍ଟେଲ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଇକୁ ଜିଲ୍ଲାପାଳ ତଥା ବିଦ୍ୟାଳୟ ପରିଚାଳନା ଉର୍ଣ୍ଣୟନ କମିଟି ଅଧକ୍ଷ ଚଞ୍ଚଳ ରାଣଙ୍କ ଦ୍ୱାରା ଲୋକାର୍ପଣ ହୋଇଯାଇଛି । ଗତକାଲି ଏହି ଅବସରେ ଜିଲ୍ଲାପାଳ ନୂତନ ଭାବେ ନିର୍ମାଣ କରାଯାଇଥିବା ହଷ୍ଟେଲ ଗୃହକୁ ଫିତା କାଟି, ପୂଜାର୍ଚ୍ଚନା କରି ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିସରେ ପାଣିର ଅସୁବିଧା ଯୋଗୁ ହଷ୍ଟେଲରେ ଛାତ୍ରୀଙ୍କୁ ରଖିବାରେ ଅସୁବିଧା ହେଉଥିଲା । ବର୍ତ୍ତମାନ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ୨୨ଜଣ ଛାତ୍ରୀଙ୍କୁ ହଷ୍ଟେଲରେ ରଖାଯାଇଛି । ପରେ ପର୍ଯ୍ୟାୟକ୍ରମେ ଛାତ୍ରୀ ମାନଙ୍କୁ ରଖାଯିବ ବୋଲି ବିଦ୍ୟାଳୟ କାର୍ଯ୍ୟବାହି ଅଧକ୍ଷ ଚନ୍ଦନ ମହାକୁଡ଼ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ମହାଜନ ସତ୍ୟବାନ, ତହସିଲଦାର ସମୀର ବେହେରା, ଜିଲ୍ଲାପରିଷଦ ସଭ୍ୟ କୌଶିକ ମେହେର, ସଭ୍ୟା ସମା ପରବିନ, ଝରଣୀ ଗ୍ରା. ପ. ସରପଞ୍ଚ ରଘୁବୀର ମେହେର, ପରିଚାଳନା କମିଟି ସଭ୍ୟ ଜୟ ନାରାୟଣ ମିଶ୍ର, ମିଲି କର, ଚିନ୍ମୟ ଯୋଶୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନ ଗ୍ରାମ୍ୟ ଜଳଯୋଗାଣ ପରିମଳ ବିଭାଗ ତରଫରୁ ଟ୍ୟାଙ୍କର ଯୋଗେ ପନିଯୋଗାଇ ଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଝରଣୀ ପଞ୍ଚାୟତ ନୂଆପଡାରୁ ପାଇପ ଲାଇନ ଯୋଗେ ଜଳ ଯୋଗାଣ ପାଇଁ ଏସ୍ଟିମେଟ କରାଯାଇ ବିଭାଗକୁ ମଂଜୁର ପାଇଁ ପଠାଯାଇ ଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି ।

- Advertisement -

 

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories