www.samajalive.in
Saturday, December 13, 2025
26.1 C
Bhubaneswar

ନନ୍ଦ ଧଙ୍ଗଡାମାଝୀଙ୍କୁ କେବେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ?

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣାର ନନ୍ଦ ଧଙ୍ଗଡ଼ାମାଝୀଙ୍କ ପାଇଁ ସରକାରୀ ସହାୟତା ଜରୁରୀ ହୋଇପଡିଛି । ଜୟପାଟଣା ୭ ନମ୍ବର ୱାର୍ଡ ବାସିନ୍ଦା ନନ୍ଦ ଧଙ୍ଗଡା ମାଝୀ (୬୩) ଗତ ୧୭ ତାରିଖରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସା କରାଯାଇ ଡାହାଣ ହାତ ବୁଢାଆଙ୍ଗୁଠି ନଖପାଖର କିଛି ଅଂଶ କଟାଯାଇଛି । ଚିକତ୍ସା ସମୟରେ ‘ଓଡିଶା ମୋ ପରିବାର ‘ ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ କିଛି ଅର୍ଥିକ ସହାୟତା କରିଥିଲେ । ଏବେ ଡାକ୍ତରଖାନାରୁ ଘରକୁ ଫେରିବା ପରେ ନନ୍ଦଙ୍କ ଚିନ୍ତା ବଢିଯାଇଛି । ସେ ଏବେ ଚଳିବେ କିପରି ? ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ହେଁ ତାଙ୍କୁ ଏଯାଏଁ ମିଳିନାହିଁ । ତୁରନ୍ତ ନନ୍ଦଙ୍କୁ ଭତ୍ତା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଉଛି । ଜୟପାଟଣାରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବୁଲା କୁକୁରର କାମୁଡ଼ାରେ ତାଙ୍କର ଏପରି ଅବସ୍ଥା ହେଲା ବୋଲି ସେ ପ୍ରକାଶ କରିଛନ୍ତି । ଜୟପାଟଣାରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉ ଥିଲେ ହେଁ ଏହାକୁ  ରୋକିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories