www.samajalive.in
Sunday, December 14, 2025
16.1 C
Bhubaneswar

ଦାଣ୍ଡମୁକୁନ୍ଦପୁରରେ ୬୦ ଟଙ୍କା ଦରରେ ମାଛ ବିକ୍ରି

ପିପିଲି: ବାତ୍ୟା “ତିତଲି’ ଭୟଙ୍କର ରୂପ ନେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସମ୍ଭାବ୍ୟ ବାତ୍ୟାର ପ୍ରତିକୂଳ ପ୍ରଭାବ ମାଛ ବ୍ୟବସାୟ ଉପରେ ପଡିଛି । ବୁଧବାର ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ବଜାରରେ ଜଣେ ମାଛ ହୋଲସେଲର କିଲୋ ପ୍ରତି ୬୦ ଟଙ୍କା ଦରରେ ସାଢେ ୩ଟନ ରୋହି ମାଛ ବିକ୍ରି କରିଥିବା ସୂଚନା ମିଳିଛି । ଏଥିପାଇଁ ସାଧାରଣ ଗ୍ରାହକଙ୍କ ଠାରୁ ଆରମ୍ଭ କରି ଖୁଚୁରା ମାଛ ବ୍ୟବସାୟୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଦାଣ୍ଡମୁକୁନ୍ଦପୁର ବଜାରରେ କିଛି ଘଣ୍ଟା ପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିବା ପରିଲକ୍ଷିତ ହୋଇଥିଲା ।
ବାତ୍ୟା “ତିତଲି’ ଯୋଗୁଁ ମଙ୍ଗଳବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ବୁଧବାର ପିପିଲି ଓ ଏହାର ଆଖପାଖ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । ୧୧ ତାରିଖ ସକାଳେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏଥିଯୋଗୁଁ ମାଛ ବ୍ୟବସାୟୀମାନେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ବିଦ୍ୟୁତ୍ ସରବରାହ ବ୍ୟାଘାତ ଓ ବରଫ ମିଳିବାରେ ସମସ୍ୟା ଥିବା କାରଣରୁ ମାଛକୁ ସାଇତି ରଖିବା କଷ୍ଟକର ହେବା ଜାଣିି ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ମାଛ ହୋଲସେଲର ବୁଧବାର ସକାଳେ ରୋହି ମାଛ କେଜି ପ୍ରତି ୬୦ ଟଙ୍କା ଦରରେ ବିକ୍ରି କରିବା ପାଇଁ ଘୋଷଣା କରିଥିଲେ । ଏଥିଯୋଗୁଁ ଦାଣ୍ଡମୁକୁନ୍ଦପୁର ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ମାଛ ଗୋଦାମରୁ ଏକାଧିକ ଟାଟା ଏସି ଗାଡିରେ କର୍ମଚାରୀଙ୍କ ସହାୟତାରେ ମାଛଭର୍ତ୍ତି ଟ୍ରେକୁ ଲଦି ଦାଣ୍ଡମୁକୁନ୍ଦପୁର ବଜାରରେ ବିକ୍ରି କରିଥିଲେ । ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଖୁଚୁରା ମାଛ ବ୍ୟବସାୟୀମାନେ ମାଛ କିଣିବା ପାଇଁ ଦାଣ୍ଡମୁକୁନ୍ଦପୁର ବଜାରରେ ଭିଡ ଲଗାଇଥିଲେ । ପିପିଲି, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ବଳଙ୍ଗା, ଡେଲାଙ୍ଗ, ତେଇସିପୁର, ସାତଶଙ୍ଖ ଆଦି ଅଂଚଳର ଖୁଚୁରା ମାଛ ବ୍ୟବସାୟୀମାନେ ସେଠାରୁ ମାଛ କିଣିଥିବା ପରିଲକ୍ଷିତ ହୋଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories