www.samajalive.in
Sunday, December 14, 2025
16.1 C
Bhubaneswar

ଆଜି ୫-ଜି ସେକ୍ଟ୍ରମ୍‌ ନିଲାମୀ; ସେପ୍ଟେମ୍ବର ସୁଦ୍ଧା ସେବା ପାଇବେ ଉପଭୋକ୍ତା !

ନୂଆଦିଲ୍ଲୀ: ଆଜି ହାଇସ୍ପିଡ୍‌ ଇଣ୍ଟରନେଟ୍‌ ୫-ଜି ସେକ୍ଟ୍ରମ୍‌ ନିଲାମୀ ହେବ । ଏହି ନିଲାମୀ ଦୌଡରେ ୪ଟି ନାମୀଦାମୀ କମ୍ପାନୀ ଅଂଶଗ୍ରହଣ କରିଛନ୍ତି । ଜିଓ, ବିଏସ୍‌ଏନ୍‌ଏଲ, ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆ ଭଳି କମ୍ପାନୀ ମାନେ ନିଲାମୀ ରେସରେ ରହିଥିବା ଜଣାପଡ଼ିଛି ।  ସବୁଠାରୁ ବଡ଼ କଥା ହେଉଛି ଭାରତୀୟ ଉପଭୋକ୍ତାଙ୍କୁ ସେପ୍ଟେମ୍ବର ସୁଦ୍ଧା କମ୍ପାନୀ ଗୁଡ଼ିକ ସେବା ଯୋଗାଇବାର ଲକ୍ଷ୍ୟ ରଖିଛି  । ଏହି ୫-ଜି ସେବା ଆରମ୍ଭ ହେଲେ ଏହା ୪-ଜି ତୁଳନାରେ ୧୦ ଗୁଣା ଅଧିକ ଗତିରେ ଚାଲିବ ବୋଲି କୁହାଯାଉଛି ।

ଟେଲିକମ୍‌ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ରିଲିଏନ୍ସ ବା ଜିଓ ଟେଲିକମ୍‌ ବିଭାଗରେ ୧୪ ହଜାର କୋଟି ଟଙ୍କା ଜମା କରିଛି । ସେହିପରି ଏୟାରଟେଲ ୫,୫୦୦କୋଟି, ଭୋଡାଫୋନ୍‌-ଆଇଡିଆ ୨,୨୦୦କୋଟି  ଓ ଆଦାନୀ ଡାଟା ନେଟଓ୍ୱାର୍କ କେବଳ ୧୦୦କୋଟି ଟଙ୍କା ଜମା କରିଥିବା ଜଣାପଡ଼ିଛି । ନିଲାମି ଦୌଡରେ ବହୁ ଆଗରେ ଜିଓ ରହିଥିବା ଦେଖିବାକୁ ମିଳିଛି     ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories