www.samajalive.in
Sunday, December 14, 2025
26.1 C
Bhubaneswar

କୋଲକାତା ଫେରିଗ​‌ଲେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଭୁବନେଶ୍ୱର: ଭୁବନେଶ୍ୱରରୁ କୋଲକାତା ଫେରିଯାଇଛନ୍ତି ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଏମ୍ସରେ ତାଙ୍କର ଚିକିତ୍ସା ହେବା ପରେ ଗିରଫ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ କୋଲକାତା ଫେରିଯାଇଥିବା ଜଣାପଡ଼ିଛି । ଏମ୍ସରେ ପାର୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବା କହିଥିଲେ ନିର୍ଦେଶକ ଆଶୁତୋଷ ବିଶ୍ୱାସ । ସେ ତାଙ୍କ ସୂଚନାରେ କହିଥିଲେ କି ବର୍ତ୍ତମାନ ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ନାହିଁ । ସେ ଭଲ ଅଛନ୍ତି । ଯାହା କିଛି ତାଙ୍କର ପୁରୁଣା ରୋଗ ରହିଥିଲା, ଏବେ ତାହା ସ୍ଥିର ରହିଛି । ଫଳରେ ନିର୍ଦେଶକଙ୍କ ଠାରୁ ଏହି ସୂଚନା ପାଇବା ପରେ ତାଙ୍କୁ କୋଲକାତାକୁ ଫେରାଇ ନିଆଯାଇଛି ।

ସୂଚନା ଥାଉ କି ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ତାଙ୍କର ସହଯୋଗୀ ଅର୍ପିତା ମୁଖାର୍ଜୀ ମଧ୍ୟ ସୋମବାର ଦିନ ପିଏମଏଲଏ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ସମସ୍ତ ଅଭିଯୋଗ ଶୁଣିବା ପରେ ଦୁହିଁଙ୍କୁ ଅଗଷ୍ଟ ୩ ତାରିଖ ଯାଏଁ ଇଡି ହେପାଜତରେ ରହିବେ ବୋଲି ନିର୍ଦେଶ ଦେଇଛନ୍ତି । ତାହାଛଡ଼ା ଅର୍ପିତାଙ୍କ ନିକଟରୁ ଜବତ ହୋଇଥିବା ଟଙ୍କା ପାର୍ଥଙ୍କର ଥିଲା ବୋଲି ସେ ସ୍ୱୀକାର କରିଛନ୍ତି । ଫଳରେ କୋର୍ଟ ଏହି ଘଟଣାକୁ ଏକ ବଡ଼ ଦୁର୍ନୀତି ବୋଲି କହିବା ସହ ଘଟଣାରେ ଆହୁରି ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏହି ୨ ଜଣଙ୍କୁ ଅଧିକ ପଚରାଉଚରା କରିବାର ଆବଶ୍ୟକତା ରହିଛି । ମାମଲାରେ ପାଖାପାଖି ୨୨ କୋଟି ଟଙ୍କା ଜବତ ହୋଇଛି । ଆହୁରି ୧୦୦ କୋଟିରୁ ଅଧିକ ଜବତ ହେବାର ଅଛି ବୋଲି ଅନୁମାନ କରାଯାଉଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories