www.samajalive.in
Sunday, December 14, 2025
16.1 C
Bhubaneswar

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ; କିସ୍‌ରେ ବିଜୟ ଉତ୍ସବ

ଭୁବନେଶ୍ୱର : ଦେଶର ପଞ୍ଚଦଶ ରାଷ୍ଟପ୍ରତି ଭାବେ ଓଡ଼ିଶା ମାଟିର ଗର୍ବ ଓ ଗୌରବ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ନେବା ପରେ ବିଶ୍ୱର ସର୍ବବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍‌ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ସୋମବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିସ୍‌ର ୩୦ ହଜାର ଛାତ୍ରଛାତ୍ରୀ ଶ୍ରୀମତୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
ସମ୍ପ୍ରତି ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଜଣେ ଜନଜାତି ମହିଳାଙ୍କୁ ରାଷ୍ଟ୍ରପତି ଭାବେ ପାଇଥିବାରୁ କିସ୍‌ର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିଙ୍କ ବିଜୟ ଉତ୍ସବ ପାଳନ ଉପଲକ୍ଷେ ଦୁଇ ଦିନ ଧରି କିସ୍‌ରେ ୩୦ ହଜାରରୁ ଊର୍ଦ୍ଧ୍ବ ଲଡ଼ୁ ପ୍ରସ୍ତୁତ କରାଯାଇଥିଲା। ଏହି ଲଡ଼ୁ ପ୍ରସ୍ତୁତିରେ ଶ୍ରୀମତୀ ମୁର୍ମୁଙ୍କ ଗ୍ରାମର ପିଲାମାନେ ସହଯୋଗ କରିଥିଲେ। ବିଶ୍ୱର ଏହି ସର୍ବବୃହତ ଶିକ୍ଷାନୁଷ୍ଠାନ କିସ୍‌ରେ ରାଷ୍ଟ୍ରପତିଙ୍କ ଜ୍ୱାଇଁ ଗଣେଶ ଚନ୍ଦ୍ର ହେମ୍ବ୍ରମ୍‌ ଦୀର୍ଘ ୧୫ବର୍ଷ ଧରି ଶିକ୍ଷା ଗ୍ରହଣ କରିଥିଲେ। ଗଣେଶ କେବଳ କିସ୍‌ର ଛାତ୍ର ନ ଥିଲେ, ସେ ଜଣେ ଉତ୍ତମ ରଗ୍‌ବୀ ଖେଳାଳି ମଧ୍ୟ ଥିଲେ। ସେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ରଗ୍‌ବୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କିସ୍‌ ତଥା ରାଜ୍ୟକୁ ସଫଳତା ଆଣି ଦେଇଛନ୍ତି। ଇଂଲଣ୍ଡରେ ପ୍ରଥମ କରି ୨୦୦୭ରେ ଅନୁଷ୍ଠିତ ହୋଇଥିବା କନିଷ୍ଠ ବିଶ୍ୱ କପ୍‌ ରଗ୍‌ବୀ ଖେଳି ଚାମ୍ପିଅନ୍‌ ହେବା ସହ ଭାରତ ପାଇଁ ଗୌରବ ଆଣିଥିଲେ ଗଣେଶ। ଶ୍ରୀମତୀ ମୁର୍ମୁଙ୍କ ସୁପୁତ୍ର ମଧ୍ୟ କିଟ୍‌ରେ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ବହୁ ସଂଘର୍ଷ କରି ଶ୍ରୀମତୀ ମୁର୍ମୁ ନିଜେ ଶିକ୍ଷା ଗ୍ରହଣ କରିବା ସହ ଶିକ୍ଷାର ଗୁରୁତ୍ୱ ଭଲ ଭାବେ ବୁଝିଛନ୍ତି। ସେଥିପାଇଁ ନିଜ ପରିବାର ଓ ନିଜ ଅଞ୍ଚଳରୁ ବହୁ ଗରିବ ଛାତ୍ରଛାତ୍ରୀଙ୍କୁ କିସ୍‌କୁ ପଠାଇ ନାମ ଲେଖାଇଥିଲେ। ସେହି ପିଲାମାନେ ଆଜି ଉଚ୍ଚ ଶିକ୍ଷିତ ହେବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଛାତ୍ରଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାର ଜଣେ ଜନଜାତି ମହିଳାଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଭିଷିକ୍ତ କରାଇବା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିଛନ୍ତି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ଏ ଦିଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗ କରିଥିବାରୁ ଛାତ୍ରଛାତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories