www.samajalive.in
Sunday, December 14, 2025
19.1 C
Bhubaneswar

ଲୋକସଭାରେ ବିକ୍ଷୋଭ ; ୪ କଂଗ୍ରେସ ସଦସ୍ୟ ନିଲମ୍ବିତ

ନୂଆଦିଲ୍ଲୀ : ବିଶୃଙ୍ଖଳିତ ଆଚରଣ ଓ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା କଂଗ୍ରେସର ୪ ସଦସ୍ୟଙ୍କୁ ସଂସଦର ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ସଦସ୍ୟମାନେ ହେଲେ ମଣିକାମ ଠାକୁର, ରମ୍ୟା ହରିଦାସ, ଏସ୍‌ ଜ୍ୟୋତିମଣି ଓ ଟିଏନ୍ ପ୍ରଥପନ। ସୋମବାର ମୌସୁମୀ ଅଧିବେଶନର ୬ଦିନରେ ବିରୋଧୀ ସଦସ୍ୟମାନେ ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୃହ ପରିସରରେ ପ୍ଲାକାର୍ଡ ଓ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅଧିବେଶନ ଆରମ୍ଭରୁ ସମସ୍ୟଙ୍କୁ ବାରଣ କରାଯାଇଥିଲା। ଏହାସତ୍ତ୍ବେ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ବାଚସ୍ପତି ସେମାନଙ୍କୁ ଚେତାବନୀ ଦେଇଥିଲେ। ମାତ୍ର ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ଚେତାବନୀକୁ ଭ୍ରୂକ୍ଷେପ କରି ନଥିଲେ। ​‌ଶେଷରେ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି କଂଗ୍ରେସର ଉକ୍ତ ୪ ସଦସ୍ୟଙ୍କୁ ନିଲମ୍ବନ କରିଥିଲେ। ଗୃହର ରେକର୍ଡିଂ ଅନୁଯାୟୀ ନିଲମ୍ବିତ ସଦସ୍ୟମାନେ ଦରବୃଦ୍ଧିକୁ ବିରୋଧ କରି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ପ୍ରଦର୍ଶନ ପାଇଁ ଗୃହର ନିୟମ ୩୭୪ ଅନୁଯାୟୀ​‌ ବିଶୃଙ୍ଖଳିତ ସଦସ୍ୟଙ୍କୁ ନିଲମ୍ବନ କରିବାକୁ ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବ ଆଧାରରେ ବାଚସ୍ପତି ସେମାନଙ୍କୁ ନିଲମ୍ବନ କରିଥିଲେ। ବାଚସ୍ପତିଙ୍କ ନିଲମ୍ବନ ନିର୍ଦେଶ ପରେ କଂଗ୍ରେସ କହିଛି ଯେ ସରକାର ଆମର ସାଂସଦଙ୍କୁ ନିଲମ୍ବନ କରି ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ନିଲମ୍ବିତ ସଦସ୍ୟ ମଣିକାମ କହିଛନ୍ତି ଯେ ଆମେ ଲୋକଙ୍କ ସମସ୍ୟା ଗୃହରେ ଉପସ୍ଥାପନ କରିବାରୁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଆମେ ଭୟଭୀତ ନୋହୁଁ। ଲୋକଙ୍କ ସମସ୍ୟା ପାଇଁ କଂଗ୍ରେସ ତାର ଲଢେଇ ଜାରି ରଖିବ। ସଂସଦରେ କେବଳ ମୋଦୀ ଓ ଶାହାଙ୍କ ଗୁଣଗାନକୁ ବାଚସ୍ପତି ଅନୁମତି ଦେଉଛନ୍ତି। ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ଦରଦାମ ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀରେ ଜିଏସ୍‌ଟି ଲାଗୁ କରାଯିବା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି ବିକ୍ଷୋଭ ଚଳାଇଛନ୍ତି। ସୋମବାର ଷଷ୍ଠ ଦିନରେ ବିରୋଧୀଙ୍କ ବିକ୍ଷୋଭକୁ ନେଇ ସଂସଦ ମୁଲତବୀ ରହିଥିଲା।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories