www.samajalive.in
Sunday, December 14, 2025
14.1 C
Bhubaneswar

ଜନ୍ମଦିନ ବିଶେଷ : ପିତାଙ୍କ ଛତ୍ରଛାୟା ବିନା ସଂଘର୍ଷ କରିଥିଲେ ରେଖା

ମୁମ୍ବଇ : ବଲିଉଡ଼ର ଖ୍ୟାତିନାମା ଅଭିନେତ୍ରୀ ରେଖାଙ୍କର ଆଜି ଜନ୍ମଦିନ। ସେ ୧୦ ଅକ୍ଟୋବର ୧୯୫୪ ମସିହାରେ ଚେନ୍ନାଇ ଠାରେ ଜନ୍ମ ଗ୍ରହଣ କରିଥିଲେ। ରେଖା ମାତ୍ର ୧୩ ବର୍ଷ ବୟସରେ ନିଜ କ୍ୟାରିୟର୍‍ ଆରମ୍ଭ କରିଥିଲେ। ଜୀବନରେ ସଫଳତା ପାଇବା ପାଇଁ ସେ ଖୁବ୍‍ ସଂଘର୍ଷ କରିଛନ୍ତି।
ଏକ ସାକ୍ଷାତକାରରେ ରେଖା କହିଥିଲେ, ପାରିବାରିକ ଅବସ୍ଥା ଠିକ୍‍ ନଥିବାରୁ ସେ ସମୟରେ ମୁଁ ମୋ କ୍ୟାରିୟର ଆରମ୍ଭ କରିଥିଲି। ରେଖା ପ୍ରସିଦ୍ଧ ଅଭିନେତା ଜେମିନି ଗଣେଶନ୍‍ଙ୍କ ଝିଅ ଥିଲେ ହେଲେ ତାଙ୍କୁ କେବେହେଲେ ପିତାଙ୍କ ସାହାରା ମିଳି ନଥିଲା। ପିତାଙ୍କ ସହ ତାଙ୍କ ସମ୍ପର୍କ ଅଜଣା ବ୍ୟକ୍ତିଙ୍କ ପରି ଥିଲା।

- Advertisement -

ଏକ ଶୋ’ରେ ସେ ତାଙ୍କ ପିତାଙ୍କ ବିଷୟରେ କହିଥିଲେ, “ମୁଁ ତାଙ୍କୁ ଦେଖିଛି, ହେଲେ କେବେ ଉପଲବ୍ଧି କରିନାହିଁ। ଯେତେବେଳେ ଲୋକେ ଫାଦର୍‍ ଶବ୍ଦ କୁହନ୍ତି ସେତେବେଳେ ମୋତେ ସର୍ବ ପ୍ରଥମେ ଚର୍ଚ୍ଚର ଫାଦର୍‍ ମନେପଡ଼ନ୍ତି। ମୁଁ ଏହା ମଧ୍ୟ କହିବି ନାହିଁ ଯେ ମୁଁ ତାଙ୍କୁ ବହୁତ ମନେପକାଏ, କାରଣ ଯେଉଁଠି କିଛି ସମ୍ପର୍କ ହିଁ ନଥିଲା ସେଠାରେ ସମ୍ପର୍କର ଅନୁପସ୍ଥିତି କିପରି ଅନୁଭବ ହୋଇଥାଆନ୍ତା”।

ରେଖାଙ୍କ ସ୍ୱପ୍ନ :
ଏ ବିଷୟରେ ରେଖା କହିଥିଲେ, “ମୁଁ କେବେହେଲେ ଅଭିନେତ୍ରୀ ହେବାକୁ ଚାହୁଁ ନଥିଲି। କେବଳ ବିବାହ କରିବା, ସ୍ୱାମୀଙ୍କ ସହ ସାଥି ହୋଇ ରହିବା ଓ ବହୁତ ସାରା ସନ୍ତାନ ଚାହୁଁଥିଲି। ଏହା ତ ମୋ ଭାଗ୍ୟରେ ଥିଲା ଯେ ମୁଁ ଆଜି ଏ ସ୍ଥାନରେ ପହଞ୍ଚିଛି। ଆଉ ହଁ ମୋର ଏସବୁ ପାଇଁ କୌଣସି ଗର୍ବ ନାହିଁ, ଯାହା ମିଳିଛି ସେଥିପାଇଁ କୃତଜ୍ଞ”।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories