www.samajalive.in
Sunday, December 14, 2025
14.1 C
Bhubaneswar

ବସକୁ ଧକ୍କା ଦେଲା ବସ ; ୮ ମୃତ, ୩୬ ଆହତ

ଲଖନଉ : ଉତ୍ତରପ୍ରଦେଶର ବାରାବଙ୍କି ଜିଲାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସକୁ ଆଉ ଏକ ବସ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଆଠ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୩୬ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ଜାତୀୟ ରାଜପଥରୁ କ୍ଷତିଗ୍ରସ୍ତ ଗାଡିକୁ ହଟାଇବା ପରେ ଯାତାୟାତ ସ୍ୱଭାବିକ ହୋଇଛି।
ମିଳିଥିବା ସୂଚନାନୁଯାୟୀ, ପୂବାଞ୍ଚଳ ଏକ୍ସପ୍ରେସରେ ସୋମବାର ଭୋର ସମୟରେ ଲୋନୀ କଟରା ଥାନା ଅଞ୍ଚଳରେ ନରେନ୍ଦ୍ରପୁର ମଦରହା ଗାଁ ନିକଟରେ ଠିଆ ହୋଇଥିବା ବସ୍‍କୁ ପଛପଟୁ ଆସୁଥିବା ଆଉ ଏକ ବସ ଧକ୍କା ଦେଇଥିଲା।
ପୂର୍ବାଞ୍ଚଳ ଏକ୍ସପ୍ରେସରେ ଲୋନୀ କଟରା ଥାନା ଅଞ୍ଚଳରେ ନରେନ୍ଦ୍ରପୁର ମଦରହା ଗାଁ ନିକଟରେ ଏକ୍ସପ୍ରେସ-ୱେ କଡରେ ଏକ ବସ୍‍ ଠିଆ ହୋଇଥିଲା। ପ୍ରାୟ ୪ଟା ୩୦ରେ ସୀତାମଡୀ ବିହାରରୁ ନୂଆଦିଲ୍ଲୀ ଯାଉଥିବା ଏକ ବସ ପଛପଟୁ ଉକ୍ତ ବସକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବସର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।
ଏହି ଦୁର୍ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୃତକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ସହ ଆହତଙ୍କ ସଠିକ ଚିିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories